www.samajalive.in
Saturday, December 13, 2025
26.1 C
Bhubaneswar

ବ‌ର୍ଷା ପାଣି ସଂଗ୍ରହ କରି ପିଉଛନ୍ତି ଯବାନ

ମାଲକାନଗିରି :ଛତିଶଗଡ଼ ସରକାରଙ୍କ ତରଫରୁ ମାଓ ଦମନ ଅଭିଯାନ ଜୋର୍‌ଦାର କରାଯାଇଛି। ମାଓ ଉପଦ୍ରୁତ ଅଞ୍ଚଳରେ ଛତିଶଗଡ଼ର ଡିଆର୍‌ଜି, ସିଆର୍‌ପିଏଫ୍‌, କୋବ୍ରାବାହିନୀ ମାଓ ଅଭିଯାନରେ ସକ୍ରିୟ ରହିଛନ୍ତି। ବଣପାହାଡ଼ ଘେରା ଜଙ୍ଗଲ ମଧ୍ୟରେ ଯବାନମାନେ କିଭଳି କଷ୍ଟର ସହ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହେଉଛନ୍ତି ତାହାର ଏକ ଚିତ୍ର ସାମନାକୁ ଆସିଛିା ଯବାନମାନେ ବର୍ଷା ପାଣିକୁ ପଲିଥିନ୍‌ରେ ସଂଗ୍ରହ କରି ପିଉଥିବା ଦେଖାଯାଉଛି। କିଛିଦିନ ହେବ ଏଠାରେ ମାଓନେତା ହିଡ୍‌ମା ଓ ଉଦୟ ଆତଙ୍କରାଜ ଚଲାଇଥିବାବେଳେ ଏହି ଦୁଇଜଣଙ୍କୁ ଧରିବା ପାଇଁ ପୁଲିସ ଦଳ ଏକ ସ୍ୱତନ୍ତ୍ର ଅଭିଯାନନ ଜଙ୍ଗଲ ମଧ୍ୟରେ ଆରମ୍ଭ କରିଥିଲ। ପ୍ରାୟ ୫ରୁ ୬ ଦିନ ଧରି ଅଭିଯାନ ଚାଲିଥିବାବେଳେ କାଙ୍କେର ଜିଲା ଛେଟେବେଟିଆ ଥାନା ଅନ୍ତର୍ଗତ ବିନାଗୁଣ୍ଡା ଜଙ୍ଗଲରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ବହୁ ମାଓନେତା ଛତ୍ରଭଙ୍ଗ ଦେଇଥିବାବେଳେ ଘଟଣାସ୍ଥଳରୁ ଯବାନମାନେ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଜବତ କରିଥିଲେ। ଏଥିସହ ବହୁ ବନ୍ଧୁକ, ବିସ୍ଫୋରକ ଓ ମାଓ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରିଥିଲେ। ମହିଳା ମାଓବାଦୀଙ୍କ ମୃତଦେହ ନେଇ ଯବାନମାନେ ପ୍ରାୟ ୧୨ କିଲୋମିଟର ଦୂର ଚାଲି ଚାଲି ଫେରିଥିଲେ। ତୁହାକୁ ତୁହା ବର୍ଷା ହେବା ଫଳରେ ନଦୀର ଜଳସ୍ତର ବଢ଼ିଥିଲା। ଏଭଳି ସ୍ଥିତିରେ ବହୁ କଷ୍ଟରେ ମହିଳା ମାଓବାଦୀଙ୍କ ଶବକୁ କାନ୍ଧେଇ ଫେରିବା ଯବାନଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ରହିଥିଲା। ଫେରିବା ସମୟରେ ମାଓବାଦୀଙ୍କ ଆକ୍ରମଣର ଆଶଙ୍କା ରହିଥିଲା। ପ୍ରତିକୁଳ ପରିବେଶ ମଧ୍ୟରେ ଜଙ୍ଗଲରେ ଅପରେସନ କରୁଥିବାବେଳେ ଖାଦ୍ୟ ଓ ପାନୀୟ ଜଳର ଅଭାବ ଦେଖା ଦେଇଥିଲା। ପାନୀୟ ଜଳ ସଂଗ୍ରହ ପାଇଁ ଏକ ଅଭିନୟ ଉପାୟ ଆରମ୍ଭ କରିଥିଲେ ସମସ୍ତ ଯବାନ। ବର୍ଷା ସମୟରେ ଏକ ପଲିଥିନରେ ବର୍ଷା ଜଳ ସଂଗ୍ରହ କରି ବୋତଲ ଓ ଜାର୍‌ରେ ରଖି ପିଉଥିବା ଦେଖିବାକୁ ମିଳିଥିଲା। ନଦୀ ବା ଝରଣା ପାଣି ମଧ୍ୟ ବିଶୁଦ୍ଧ ନଥିବାରୁ ବାଧ୍ୟ ହୋଇ ଏଭଳି ଉପାୟ ଅବଲମ୍ବନ କରିଥିବା କହିଛନ୍ତି ଯବାନ। ଡିଆର୍‌ଜି ଓ କୋବ୍ରା ବାହିନୀର ଯବାନଙ୍କ ଏପରି ଦେଶପ୍ରେମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories