www.samajalive.in
Friday, December 5, 2025
17.1 C
Bhubaneswar

ପହଣ୍ଡି ଅଘଟଣ: ଉଦବେଗ ପ୍ରକାଶ କଲେ ଗଜପତି

ସମାଜ ଡିଜିଟାଲ ଡେସ୍କ: ପହଣ୍ଡି ସମୟରେ ଶ୍ରୀବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ​‌ ଦେବ। ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେ​‌ଷ ହେବା ପରେ ଗଜପତି ମହାରାଜା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ପହଣ୍ଡି ବେଳେ ବଡ଼ ଠାକୁର ମୁହଁମାଡ଼ି ପଡ଼ିଯିବା ଘଟଣା ତାଙ୍କୁ ମର୍ମାହତ କରିଛି। ଏଭଳି ଦୃଶ୍ୟ କେବେ ଦେଖି ନ ଥିଲୁ। ଆଗକୁ କିଭଳି ସୁରୁଖୁରୁରେ ହେବ ସେ ଉପରେ ଗୁରୁତ୍ଵ ଦିଆଯିବ। ପହଣ୍ଡି ସମୟରେ ଅଧିକ ସେବାୟତ ରହିଥିବାରୁ ଏଭଳି ଘଟଣା ଘଟିଲା। ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ଆସନ୍ତା ବର୍ଷ ରଥଯାତ୍ରାରେ ଯେପରି ଏହି ଘଟଣାର ପୁନରାବୃତ୍ତି ନ ଘଟିବ ସେ ନେଇ ମଧ୍ୟ ପଦକ୍ଷେପ ନିଆଯିବ।

ଅନ୍ୟପଟେ ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ନୀଳାଦ୍ରିବିଜେର ୧୦ ଦିନ ମଧ୍ୟରେ କମିଟି ତଦନ୍ତ ରିପୋର୍ଟ ପ୍ରଦାନ କରିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories