www.samajalive.in
Monday, December 8, 2025
13.1 C
Bhubaneswar

ଗଛ ପଡ଼ି ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର ଲୋକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଫିଗୁଡା ଗାଁରେ ଅଘଟଣ। ପ୍ରବଳ ବର୍ଷା ଯୋଗୁଁ ଗାଁର ସୁଦନ ଭୋଈଙ୍କ ଘର ଉପରେ ଏକ ବିଶାଳକାୟ ମହୁଲ ଗଛ ପଡିଯାଇଛି। ଫଳରେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ସୁଦନଙ୍କ ପରିବାରରେ ୫ ଜଣ ସଦସ୍ୟ ରହୁଥ‌ିବାବେଳେ ଘର ଭାଙ୍ଗିଯିବାରୁ ଆଶ୍ରୟଶୂନ୍ୟ ହୋଇପଡ଼ିଛନ୍ତି। ଘରେ ସାଇତି ରଖିଥିବା ସମସ୍ତ ଖାଦ୍ୟ ସାମଗ୍ରୀ ଓ ଆସବାବପତ୍ର ନଷ୍ଟ ହୋଇଯାଇଥିବାରୁ ପ୍ରଶାସନ ଖାଦ୍ୟ ବ୍ୟବସ୍ଥା କରିବା ସହ ଘର  ଯୋଗାଇ ଦେବାକୁ ସୁଦନ ପ୍ରଶାସନକୁ ଗୁହାରି କରିଛନ୍ତି । ଘର ଭିତରେ ଥିବା ଅସବାପତ୍ର,  ଧାନ, ଚାଉଳ, କଂସା ବାସନ, ପୋଷାକପତ୍ର, ପିଲାଙ୍କ ପଢ଼ା ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗାଁ ଲୋକ ଏବଂ ପାଖ ପଡୋଶୀଙ୍କ ସହାୟତାରେ ଘରେ ଫସି ରହିଥ‌ିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଘର ଉପରେ ଗଛ ପଡ଼ିଥିବା କାଟି ସଫା କରିଥିଲେ ଗ୍ରାମବାସୀ । ସେପଟେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ କହିଛନ୍ତି , ତଦନ୍ତ ହେବା ପରେ କ୍ଷୟକ୍ଷତି ଆକଳନ କରି ଅତିଶୀଘ୍ର ଜରିପାଲ ର ବ୍ୟବସ୍ଥା କରାଯିବ ଏବଂ ସରକାରୀ ନିୟମ ପ୍ରକାରେ ସମସ୍ତ ପ୍ରକାର ସରକାରୀ ସହାୟତା କରାଯିବ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories