www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ: ଚଟଣୀରେ ପହଁରୁଥିଲା ମୂଷା, ଖାଇବା ପୂର୍ବରୁ ଦେଖିଦେଲେ ଛାତ୍ରଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ଚଟଣୀରେ ପହଁରୁଥିଲା ମୂଷା। ହେଲେ ଖାଇବା ପୂର୍ବରୁ ଦେଖିଦେଲେ ଛାତ୍ରଛାତ୍ରୀ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦସ୍ଥିତ ଜଓ୍ବାହରଲାଲ ନେହରୁ ପ୍ରଯୁକ୍ତିବିଦ୍ୟା ବିଶ୍ଵବିଦ୍ୟାଳୟରେ। ବିଶ୍ଵବିଦ୍ୟାଳୟ ଛାତ୍ରାବାସରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ମଧ୍ୟରୁ ଚଟଣୀରେ ଏକ ଜୀବନ୍ତ ମୂଷା ପହଁରୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଚଟଣୀ ଭିତରେ ଏକ ମୂଷା ପଡ଼ିଯାଇଥିବାବେଳେ ତାହା ବାହାରକୁ ବାହାରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ବାହାରି ନ ପାରି ଚଟଣୀରେ ପହଁରୁଥିଲା।

- Advertisement -

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଘଟଣାର ଦିନକ ପୂର୍ବରୁ ଖାଦ୍ୟ ନିରାପତ୍ତା ଅଧିକାରୀମାନେ ଏହି ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ରୋଷେଇଶାଳାରୁ ଫିମ୍ପିମରା ପନିପରିବା, ପୋକ ସାଲୁବାଲୁ ଅଟା ରହିଥିବା ଦେଖିବାକୁ ମିଳିଥିଲା। ଏହା ସହିତ ରୋଷେଇଶାଳା ସମ୍ପୂର୍ଣ୍ଣ ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ରହିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories