ଅଷ୍ଟ୍ରେଲିଆନ୍ ଓପନ୍ରୁ ଓହରିଲେ ଡେଲ୍ ପୋଟ୍ରୋ
ବୁଏନ୍ସ ଏରିଜ୍ : ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି ବିଶ୍ବ ମାନ୍ୟତାର ୫ନଂରେ ଥିବା ପୁରୁଷ ଖେଳାଳି ଜୁଆନ୍ ମାର୍ଟିନ୍ ଡେଲ୍ ପୋଟ୍ରୋ। ଗତ ଅକ୍ଟୋବରରେ ପୋଟ୍ରାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ସେ ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ଅଷ୍ଟ୍ରେଲିଆନ୍ ଓପନ୍ରୁ ଓହରି ଯାଇଥିବା ସୂଚନା ମିଳିଛି।
ନିଜ ଟ୍ବିଟର ଆକାଉଣ୍ଟରେ ଆର୍ଜେଣ୍ଟିନାର ପୋଟ୍ରୋ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଆଣ୍ଠୁରେ ଲାଗିଥିବା ଆଘାତରୁ ସେ ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ଅଷ୍ଟ୍ରେଲିଆନ୍ ଓପନ୍ ଖେଳି ଅଧିକ ଆଘାତପ୍ରାପ୍ତ ହେବାକୁ ଚାହାନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ସେ ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଥାଉକି ୩୦ ବର୍ଷୀୟ ଡେଲ୍ ପୋଟ୍ରୋ ଦୁଇମାସ ତଳେ ସାଂଘାଇ ମାଷ୍ଟର୍ସ ଟେନିସ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ବେଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ଡାହାଣ ଆଣ୍ଠୁର ଗୋଟିଏ ହାଡ଼ ଭାଙ୍ଗି ଯାଇଥିଲା।