ଜମ୍ମୁ: ଜମ୍ମୁ-କାଶ୍ମୀରର କାଠୁଆ ଜିଲାରେ ସୋମବାର ଆତଙ୍କବାଦୀମାନେ ସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଦୁଇ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ। ଖବର ପାଇ ସେନା ଓ ଜମ୍ମୁ-କାଶ୍ମୀର ପୁଲିସ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି। ସେନା ଅଧିକାରୀଙ୍କ କହିବା ମୁତାବକ, କାଠୁଆ ଜିଲାର ମାଚେଡି ଅଞ୍ଚଳରେ ଆତଙ୍କବାଦୀମାନେ ଭାରତୀୟ ସେନା ଗାଡ଼ି ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାବେ ଗୁଳି ଚଳାଇବା ପରେ ଆମ ଯବାନମାନେ ମଧ୍ୟ ପ୍ରତିଜବାବରେ ଗୁଳି ଚଳାଇଥିଲେ। ଅଧିକ ସୂଚନାକୁ ଅପେକ୍ଷା ରହିଛି।
Popular Categories



