ଦେଖନ୍ତୁ ଭିଡିଓ ; କାବା କରିବ ସିଂହର ବୁଦ୍ଧି, କଲା ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ସହ ଜଡିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖି ଅନେକ ସମୟରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ ହୋଇନଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିବେ ନାହିଁ। ଭିଡିଓଟି ଏକ ସିଂହର। ସୋସିଆଲ ମିଡିଆରେ ସିଂହର ଏହି ଭିଡିଓ ବେଶ ଭାଇରାଲ୍ ହେଉଛି। ଭିଡିଓ ଦେଖି ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।


ଭାଇରାଲ ଭିଡିଓରେ ଦେଖିପାରିବେ, ଏକ ସିଂହ ଜଙ୍ଗଲ ରାସ୍ତାରେ ଆରାମରେ ଯାଉଛି। ମାତ୍ର ସିଂହ ପାଟିରେ ଏକ କଦଳୀ ପତ୍ର ନଜର ଆସୁଛି। ପତ୍ରକୁ ଦେଖି ଏପରି ଲାଗୁଛି, ଯେପରି ଖରାରୁ ରକ୍ଷା ପାଇବା ପାଇଁ ସିଂହ ଏହି କଦଳୀ ପତ୍ରକୁ ଧରିଛି। ଯେପରି ତା’ପାଇଁ ଏହା ଏକ ଛତା। ସିଂହ ଶରୀରରେ ଖରା ଆଦୌ ପଡୁ ନାହିଁ। କାରଣ ପ୍ରବଳ ଖରା କେବଳ ମନୁଷ୍ୟ ନୁହେଁ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ସମସ୍ୟା। ଚମତ୍କାର ଶୈଳୀରେ ସିଂହ ଖରାରୁ ରକ୍ଷା ପାଇଥିବା ଭିଡିଓରେ ଦେଖିପାରିବେ।
ଭିଡିଓକୁ ଏକ୍ସରେ ଶେୟାର କରାଯାଇଛି। ଏଯାଏଁ ଏହାକୁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି। ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେବା ସହ କହିଛନ୍ତି ଅତି ବୁଦ୍ଧିମାନର କାମ। କେହି କେହି କହିଛନ୍ତି କେବଳ ମନୁଷ୍ୟ ନୁହେଁ ଜୀବଜନ୍ତୁ ମଧ୍ୟ ସ୍ମାର୍ଟ।

ଦେଖନ୍ତୁ ଭିଡିଓ ; ଏମିତି ବି ହୁଏ ମୃତ୍ୟୁ, ମାତ୍ର ୧୫ ସେକେଣ୍ଡରେ ଚାଲିଗଲା ଯୁବକଙ୍କ ଜୀବନ..

Comments are closed.