www.samajalive.in
Monday, December 8, 2025
14.1 C
Bhubaneswar

ଆଜିଠୁ ଓଜେଇଇ କାଉନସେଲିଂ

ଭୁବନେଶ୍ୱର : ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଏବଂ ଘରୋଇ ବିଶ୍ବବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର(ପିଜି) ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଜି (ସୋମବାର)ଠାରୁ କାଉନସେଲିଂ ଆରମ୍ଭ ହେଉଛି। ଏ ସଂକ୍ରାନ୍ତରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ପକ୍ଷରୁ ନୋଟିସ୍‌ ପ୍ରକାଶ ପାଇଛି। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୱେବସାଇଟ (www.ojee.nic.in)କୁ ଲଗଇନ କରି ଛାତ୍ରଛାତ୍ରୀ ପଞ୍ଜୀକରଣ କରିବା ସହିତ କାଉନସେଲିଂ ଉପରେ ବିସ୍ତୃତ ତଥ୍ୟ ଜାଣିପାରିବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି। ଏମ.ଟେକ୍‌, ଏମ.ଆର୍କ, ଏମ.ପ୍ଲାନ୍‌, ଏମବିଏ, ଏମସିଏ, କମ୍ପ୍ୟୁଟର ସାଇନ୍ସ, ବି.ଟେକ୍‌, ବି.ଆର୍କ, ବି.ପ୍ଲାନ୍‌, ଇଣ୍ଟିଗ୍ରେଟେଡ ଏମ୍‌.ଏସ୍‌ସି ପାଠ୍ୟକ୍ରମ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅନଲାଇନରେ ପଞ୍ଜୀକରଣ କରିବେ। ସୋମବାର ପୂର୍ବାହ୍ଣ ୧୧ଟାରୁ ପଞ୍ଜୀକରଣ ଆରମ୍ଭ ହେବାକୁ ଥିବାବେଳେ ଅଗଷ୍ଟ ୧୭ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ। ତିନୋଟି ପର୍ଯ୍ୟାୟରେ ଆସନ ଆବଣ୍ଟିତ ହୋଇ ନାମଲେଖାଯିବ। ଜୁଲାଇ ୨୬ରେ ପ୍ରଥମ ପର୍ଯ୍ୟାୟ ଆସନ ଆବଣ୍ଟନ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଅଗଷ୍ଟ ୫ରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆସନ ଆବଣ୍ଟନ କରାଯିବ। ବଳକା ଆସନ ପୂରଣ କରିବା ନିମନ୍ତେ ସ୍ବତନ୍ତ୍ର ଓଜେଇଇ ରାଙ୍କଧାରୀଙ୍କୁ ନେଇ ପୁଣି କାଉନସେଲିଂ କରାଯିବ। ଏହି କାଉନସେଲିଂ ପାଇଁ ଅଗଷ୍ଟ ୧୪ରେ ଚୂଡାନ୍ତ ପର୍ଯ୍ୟାୟ ଆସନ ଆବଣ୍ଟନ କରାଯିବ। ଜେଇଇ ମୁଖ୍ୟ ରାଙ୍କ ପାଇଥିବା ଛାତ୍ରଛାତ୍ରୀ ପ୍ରଥମେ ନାମଲେଖାଇବା ପାଇଁ ସୁଯୋଗ ପାଇବେ। ଜେଇଇ ମୁଖ୍ୟ ରାଙ୍କଧାରୀ ନାମଲେଖାଇ ସାରିବା ପରେ ଯଦି କୌଣସି ଆସନ ବଳକା ରହିଲା ତେବେ ସେଗୁଡିକ ପୂରଣ କରିବା ପାଇଁ ସ୍ବତନ୍ତ୍ର ଓଜେଇଇ ରାଙ୍କଧାରୀଙ୍କୁ ନେଇ ପୁଣି କାଉନସେଲିଂ କରାଯିବ। ସେହିପରି ସ୍ନାତକ ପାଠ୍ୟକ୍ରମ ବି.ଟେକ୍‌, ବି.ଆର୍କ, ବି.ପ୍ଲାନ୍‌, ବିକ୍ୟାଟ ଇଣ୍ଟିଗ୍ରେଟେଡ ଏମ୍‌.ଏସ୍‌ସି ପାଠ୍ୟକ୍ରମ ନାମଲେଖା ପାଇଁ ଜୁଲାଇ ୮ରୁ ପଞ୍ଜୀକରଣ ଆରମ୍ଭ ହେବାକୁ ଥିବାବେଳେ ଅଗଷ୍ଟ ୧୮ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ। ତିନୋଟି ପର୍ଯ୍ୟାୟରେ ଆସନ ଆବଣ୍ଟନ କରାଯାଇ ନାମଲେଖା ଯିବ। ଜୁଲାଇ ୨୩ରେ ୧ମ ପର୍ଯ୍ୟାୟ ଆସନ ଆବଣ୍ଟନ ହେବାକୁ ଥିବାବେଳେ ଅଗଷ୍ଟ ୨ରେ ୨ୟ ପର୍ଯ୍ୟାୟ ଆସନ ଆବଣ୍ଟନ କରାଯିବ। ବଳକା ଆସନ ପୂରଣ କରିବା ନିମନ୍ତେ ସ୍ବତନ୍ତ୍ର ଓଜେଇଇ ରାଙ୍କଧାରୀଙ୍କୁ ନେଇ କାଉନସେଲିଂ କରାଯିବ। ଅଗଷ୍ଟ ୧୨ରେ ଅନ୍ତିମ ପର୍ଯ୍ୟାୟ ନାମଲେଖା ନିମନ୍ତେ ଆସନ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୨୦ରେ ଛାତ୍ରଛାତ୍ରୀ ନିଜ ନିଜ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ରିପୋର୍ଟିଂ କରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories