www.samajalive.in
Saturday, December 6, 2025
17.1 C
Bhubaneswar

ବଡ ଡାକ୍ତରଖାନାରୁ ଆସିଲା ଅଭିଯୋଗ: ଶବ ବ୍ୟବଚ୍ଛେଦ ପାଇଁ ମଗାଯାଉଛି ଟଙ୍କା

କଟକ : କଟକ ବଡ଼ ଡାକ୍ତରଖାନା(ଏସସିବି)ରେ ଚିକିତ୍ସା ସମେତ ଶବ ବ୍ୟବଚ୍ଛେଦ ସମ୍ପୂର୍ଣ୍ଣ ମାଗଣାରେ କରାଯିବାର ବ୍ୟବସ୍ଥା ରହିଛି। ମାତ୍ର ଶବ ବ୍ୟବଚ୍ଛେଦ ପାଇଁ ମୃତକଙ୍କ ପରିବାରକୁ ଟଙ୍କା ମଗାଯିବା ସହ ଶବ ବ୍ୟବଚ୍ଛେଦ ପରେ ଶବକୁ ଘୋଡାଇବା ନିମନ୍ତେ ଥିବା କଳା ପଲିଥିନ୍‌ ପାଇଁ ମଧ୍ୟ କର୍ମଚାରୀ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ରବିବାର ଏସ୍‌ସିବି ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଏଭଳି ଘଟଣା ଘଟିଥିବାବେଳେ ମୃତକଙ୍କ ସମ୍ପର୍କୀୟ ଡାକ୍ତରଖାନାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି। ଅଭିଯୋଗ ମୁତାବକ,ମାହାଙ୍ଗା ବ୍ଲକ୍‌ ଉଷୁମା ଗ୍ରାମ ବାସିନ୍ଦା ତଥା ବରିଷ୍ଠ ସାମ୍ବାଦିକ ନିର୍ମଳ ପଣ୍ଡାଙ୍କର ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶନିବାର ସନ୍ଧ୍ୟା ସମୟରେ ପରଲୋକ ହୋଇଥିଲା। ବ୍ୟବଚ୍ଛେଦ ପାଇଁ ରବିବାର ତାଙ୍କ ମରଶରୀରକୁ ଏସ୍‌ସିବିକୁ ଅଣାଯାଇଥିଲା। ତେବେ ଠିକ୍‌ ସମୟରେ ଡାକ୍ତର ନଆସିବା ଯୋଗୁଁ ପରିବାର ଲୋକଙ୍କୁ ପ୍ରାୟ ୨ଘଣ୍ଟା ଅପେକ୍ଷା କରିବାକୁ ପଡିବା ସହ ଶବ ବ୍ୟବଚ୍ଛେଦରେ ବିଳମ୍ବ ହୋଇଥିଲା। ଯାହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା। ପରେ ଡ଼ାକ୍ତରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହୋଇଥିଲା। ଏହପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିବା ସମୟରେ କିଛି କର୍ମଚାରୀ କଳା ପଲିଥିନ୍‌ରେ ଘୋଡ଼ାଇବା ଓ ପଲିଥିନ୍‌ ପାଇଁ ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। ଏହାକୁ ପରିବାର ଲୋକ ବିରୋଧ କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ। ବ୍ୟବଚ୍ଛେଦ ସମୟରେ କେଉଁ କର୍ମଚାରୀ ଦାୟିତ୍ବରେ ଥିଲେ ଏବଂ କେଉଁ କାରଣରୁ ଟଙ୍କା ମାଗିଛନ୍ତି ଏହି ସମସ୍ତ ଘଟଣାର ତଦନ୍ତ କରାଯିବ ବୋଲି ଡ.ରାଉତ କହିଛନ୍ତି। ସୂଚନାଥାଉକି, ପ୍ରତ୍ୟେକଦିନ କଟକ ବଡ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ଆସିଥାଏ। ମେଡ଼ିକାଲରେ ଏନେଇ ସ୍ୱତନ୍ତ୍ର ଗୃହ ରହିଛି ଏବଂ ଶବ ସଂଗୃହୀତ ଗୃହରୁ ଶବ ବ୍ୟବଚ୍ଛିଦ ଗୃହକୁ ମରଶରୀର ନେବା ପାଇଁ କର୍ମଚାରୀ ନିୟୋଜିତ କରାଯାଇଛି। ସମ୍ପୂର୍ଣ୍ଣ ଭାବେ ମାଗଣା ଚିକିତ୍ସା ଓ ଶବ ବ୍ୟବଚ୍ଛେଦ କରାଯାଉଥିବାବେଳେ ଏଭଳି କର୍ମଚାରୀ ମାନେ ମୃତକଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗିବା ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories