ଅନନ୍ତ-ରାଧିକାଙ୍କ ସଙ୍ଗୀତ ସେରିମନି: ନାଚି ଉଠିଲେ ଅମ୍ବାନୀ ପରିବାର
ନୂଆଦିଲ୍ଲୀ: ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ବିବାହକୁ ନେଇ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଜୁଲାଇ ୧୨ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହାପୂର୍ବରୁ ପ୍ରାକ୍ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି । ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିବା ସଙ୍ଗୀତ ସେରିମନିରେ ଅମ୍ବାନୀ ପରିବାର ନାଚି ଉଠିଥିବା ବେଳେ ଅନେକ ବଲିଉଡ ଷ୍ଟାରମାନେ ସାମିଲ ହୋଇ ଧୁମ୍ ମଚାଇଥିଲେ । ସମାରୋହର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସଙ୍ଗୀତ ସେରିମନିରେ ଅନନ୍ତ ଓ ରାଧିକା ପିନ୍ଧିଥିବା ପୋଷାକ ଅତ୍ୟନ୍ତ ସୁନ୍ଦର ହୋଇଥିଲା । ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
Comments are closed.