୨୨ରୁ ବିଧାନସଭା ଅଧିବେଶନ: ୨୫ରେ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର: ଆସନ୍ତା ୨୨ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଅଧିବେଶର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ । ୨୩ରେ ଉପବାଚସ୍ପତି ନିର୍ବାଚନ ସମ୍ପର୍କରେ ଘୋଷଣା ହୋଇ ୨୪ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ୨୫ତାରିଖରେ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ । ଏହାପରେ ୨୯ ତାରିଖରେ ବଜେଟ ଉପରେ ଆଲୋଚନା ହେବ । ସେପ୍ଟେମ୍ବର ୧୩ ତାରିଖ ଯାଏଁ ଚାଲିବ ସପ୍ତଦଶ ବିଧାନସଭା ଅଧିବେଶନ ।

Comments are closed.