ଜାଣନ୍ତୁ, କେମିତି କଟିବ ଆଜି ଆପଣଙ୍କ ଦିନ: ଶନିବାର ରାଶିଫଳ
ମେଷ: ବ୍ରାହ୍ମଣମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ପରୋପକାରକୁ ସର୍ବାଦୌ ପ୍ରାଧାନ୍ୟ ଦେବେ। ଅବୋଧମାନଙ୍କୁ ବୋଧ ଦେଇ ମନସ୍କାମନା ପୂରଣରେ ସହାୟକ ହେବେ। ରାଜପୂଜ୍ୟ ହୋଇପାରନ୍ତି।
ବୃଷ: କୃଷି କର୍ମରେ ନିଜକୁ ନିୟୋଜିତ କରିବେ। ସତ୍କର୍ମରୁ ବିଚ୍ୟୁତ ହେବେ ନାହିଁ। ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଚତୁଷ୍ପଦ ପ୍ରାଣୀ ସହିତ ସୁବର୍ଣ୍ଣ, ରୌପ୍ୟ, ମଣିମୁକ୍ତାଦି ଲାଭ କରିପାରନ୍ତି।
ମିଥୁନ: ସାମୟିକଭାବେ ବିନୟାବନତ ହେବେ। ଭାଷା ଓ ବ୍ୟବହାର ପ୍ରୀତିଜନକ ହେବ। ମନୋହର ହାସ୍ୟବିଶିଷ୍ଟ ହୋଇପାରନ୍ତି। ସଂଗୀତପ୍ରିୟ ହେବେ। ବଦାନ୍ୟ ହେବାର ସୂଚନା ମିଳୁଛି। ରାଜମନ୍ତ୍ରୀ ଓ ଲୋକପୂଜ୍ୟ ହେବେ।
କର୍କଟ: ଦ୍ବିଜ, ଦେବତାଙ୍କ ପ୍ରୀତ୍ୟାର୍ଥେ ଧନ ବ୍ୟୟ କରି ଆତ୍ମସନ୍ତୋଷ ଲାଭ କରିବେ। ଯଜ୍ଞାଦି ଧର୍ମକ୍ରିୟା ଉପରେ ଗୁରୁତ୍ବ ଦେବେ। ଏଭଳି କାର୍ଯ୍ୟରେ ଧନ ବ୍ୟୟ କରିବେ। ଯେଉଁଥିରେ କି ପ୍ରଶଂସାଭାଜନ ହେବେ।
ସିଂହ: ନିନ୍ଦ୍ୟ କର୍ମ ପ୍ରତି ପରାଙ୍ମୁଖ ହୋଇପାରନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ବ୍ୟୟ ବୃଦ୍ଧି ହେବ। ଶାରୀରିକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ବ େଦବେ। ଦେଶାନ୍ତରରୁ ଅର୍ଥାଗମ ହୋଇ ଆର୍ଥିକ ଅଭିବୃଦ୍ଧି ଘଟିବ।
କନ୍ୟା: କର୍ମତତ୍ପର ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷା ପ୍ରତି ଧ୍ୟାନ ଦେବେ। ସରକାରୀ କାର୍ଯ୍ୟର ପ୍ରଶଂସକ ହେବେ। ଜନସାଧାରଣଙ୍କ ଆଦରର ପାତ୍ର ହେବେ। ବାକ୍ସଂଯମ ରକ୍ଷାକରି ଲୋକଙ୍କ ଆଦରଣୀୟ ହେବେ।
ତୁଳା: ଧର୍ମଧ୍ବଜାଧାରୀ ହୋଇପାରନ୍ତି। ଦେବ, ବ୍ରାହ୍ମଣଙ୍କ ସେବାରେ ନିଯୁକ୍ତ ହେବେ। ଜନାନୁରାଗୀ ହେବାର ସୂଚନା ମିଳୁଛି। ଅଦ୍ଭୁତ କର୍ମ କରି ଜନସାଧାରଣଙ୍କ ଦୃଷ୍ଟି ପଥାରୁଢ଼ ହେବେ। ସୁଖଭୋଗ କରିବେ।
ବିଛା: କୀଟ, ପତଙ୍ଗ ଯେପରି ଆଖିକୁ ସ୍ପର୍ଶ ନ କରନ୍ତି ସେଥିପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ। କର୍ମତତ୍ପର ରହିବେ। କାର୍ଯ୍ୟରେ ତ୍ରୁଟି ହେଲେ ପର ମୁହୂର୍ତ୍ତରେ ତା’ର ସଂଶୋଧନ କରି ଦୋଷମୁକ୍ତ ହେବେ।
ଧନୁ : ମତିମାନ୍ ହେବେ। ପତ୍ନୀ ପୁରୁଷ ତୁଲ୍ୟ କାର୍ଯ୍ୟକରି ପ୍ରଶଂସିତ ହେବେ। ନ୍ୟାୟ ପରାୟଣ ହେବେ। ପ୍ରଶାନ୍ତ ସୌଖ୍ୟଭୋଗର ସୂଚନା ମିଳୁଛି। କର୍ତ୍ତବ୍ୟନିଷ୍ଠା ଆପଣଙ୍କୁ ଅଧିକ ଉଚ୍ଚାସନରେ ଆସୀନ କରିପାରେ।
ମକର: ଧନଲାଭ ପାଇଁ ମିତ୍ରତା ସ୍ଥାପନ କରିପାରନ୍ତି। ସାଧୁ ପ୍ରଦତ୍ତ ସ୍ନେହାଶୀର୍ବାଦ ଲାଭ କରିପାରନ୍ତି। ମହତ୍ ଲୋକଙ୍କ ସାନ୍ନିଧ୍ୟ ପାଇ ଚରିତ୍ର ଶୁଦ୍ଧି କରିପାରନ୍ତି। ଶତ୍ରୁଙ୍କୁ ପ୍ରଲୋଭିତ କରି କୌଶଳରେ ପରାସ୍ତ କରିବେ।
କୁମ୍ଭ: ପୁତ୍ରମାନେ ସ୍ଥିରମନା ହେବେ। ସଚେଷ୍ଟ ଓ ଶକ୍ତିମାନ୍ ହୋଇପାରନ୍ତି। ନିଜେ ସଂସ୍କାରୀ ଥିବାରୁ ପୁତ୍ରମାନଙ୍କୁ ସଂସ୍କାରୀ ହେବାର ଶିକ୍ଷା ଉପଦେଶ ଦେଇପାରନ୍ତି। ନିରସମନ ସରସ ହେବାର ସମୟ ଉପନୀତ।
ମୀନ: ଦେବାଶ୍ରୟ ହେବାର ସୂଚନା ମିଳୁଛି। ଜଳଜାତ ଦ୍ରବ୍ୟରୁ ଧନ ଆହରଣ କରିପାରନ୍ତି। ବସ୍ତ୍ର ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଯେତେ ଅସୁବିଧାର ସମ୍ମୁଖୀନ ହେଲେ ବି କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହେବେନି।
Comments are closed.