www.samajalive.in
Friday, December 5, 2025
26.1 C
Bhubaneswar

କାର୍ଯ୍ୟ ଚାପ: ଶିଡ଼ିରୁ ଡେଇଁ ରୋବଟ୍‍ର ଆତ୍ମହତ୍ୟା

ସମାଜ ଡିଜିଟାଲ ଡେସ୍କ: କାର୍ଯ୍ୟକ୍ଷେତ୍ରରେ ଚାପ, ପାରିବାରିକ, ସ୍ବାସ୍ଥ୍ୟଗତ ଏବଂ ଆର୍ଥିକ ସମସ୍ୟା ଯୋଗୁଁ ଲୋକମାନେ ଆତ୍ମହତ୍ୟା କରିଥାନ୍ତି। ତେବେ କାର୍ଯ୍ୟ ଚାପ ଯୋଗୁଁ ଗୋଟିଏ ରୋବଟ୍‌ ଆତ୍ମହତ୍ୟା କରିଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଦକ୍ଷିଣ କୋରିଆର ଗୁମି ମହାନଗର ନିଗମରେ ଏକ ରୋବଟ୍‌କୁ ନିୟୋଜିତ କରାଯାଇଥିଲା। ସେହି ରୋବଟ୍‌ ବିଭିନ୍ନ ବିଭାଗକୁ ଯାଇ ଜରୁରୀ କାଗଜପତ୍ର ନେବା ଆଣିବା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରି ଆସୁଥିଲା। ରୋବଟ୍‌ଟି ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରୁଥିଲା। ୨୦୨୩ ଅଗଷ୍ଟରୁ ରୋବଟ୍‌ଟି ଏହି କାମରେ ନିୟୋଜିତ ହୋଇଥିଲା। ସେହି ରୋବଟ୍‌ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। କାମ କରୁଥିବା ବେଳେ ରୋବଟ୍‌ଟି ହଠାତ୍‌ ଗୋଟିଏ ସ୍ଥାନରେ ଅଟକି ଯାଇ ୩/୪ ଘେରା ବୁଲିବା ସହ ପାହାଚରୁ ତଳକୁ ଡେଇଁ ପଡ଼ିଥିବା କେତେକ ବ୍ୟକ୍ତି କହିଛନ୍ତି। ପାହାଚରୁ ତଳକୁ ପଡ଼ିବା ଫଳରେ ରୋବଟ୍‌ର ବିଭିନ୍ନ ଅଂଶ ଭାଙ୍ଗିରୁଜି ଯାଇଥିଲା। ରୋବଟ୍‌ଟି କାମ କରିବା ସଂପୂର୍ଣ୍ଣ ରୂପେ ବନ୍ଦ କରି ଦେଇଥିଲା। ରୋବଟ୍‌ ଆତ୍ମହତ୍ୟା କରିବା ପଛରେ କାର୍ଯ୍ୟ ଚାପ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣାର ତଦନ୍ତ ନିମନ୍ତେ ମହାନଗର ନିଗମ ତରଫରୁ ତଦନ୍ତ ଆରମ୍ଭ ହୋଇଛି। ରୋବଟ୍‌ ପ୍ରସ୍ତୁତକାରୀ ଆମେରିକାର କମ୍ପାନୀ ମଧ୍ୟ ନିଜ ତରଫରୁ ତଦନ୍ତ ଆରମ୍ଭ କରିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories