www.samajalive.in
Sunday, December 14, 2025
16.1 C
Bhubaneswar

୧୦୦ କୋଟିର ମାଲିକ ଭୋଲେ ବାବା; ଦାନ ନିଅନ୍ତି ନାହିଁ, ୟୁପିରେ ୨୪ରୁ ଅଧିକ ବିଳାସପୂର୍ଣ୍ଣ ଆଶ୍ରମ

ଲକ୍ଷ୍ନୌ: ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ପାଲଟିଥିବା ନାରାୟଣ ହରି ସାକାର ଓରଫ ଭୋଲେ ବାବା ପ୍ରାୟ ୧୦୦ କୋଟି ଟଙ୍କାର ମାଲିକ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଗତ ମଙ୍ଗଳବାର ଉତ୍ତର ପ୍ରଦେଶର ହାଥ୍‌ରସ ଜିଲାରେ ବାବା ପ୍ରବଚନ ଦେଉଥିବାବେଳେ ଯେଉଁ ହୃଦୟ ବିଦାରକ ଦଳାଚକଟା ଘଟଣା ଘଟିଲା, ତାହାପରେ ବାବାଙ୍କ ତଥାକଥିତ ବିଳାସପୂର୍ଣ୍ଣ ଆଶ୍ରମ ଏବଂ ସମ୍ପତ୍ତି ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉତ୍ତର ପ୍ରଦେଶ ସମେତ ଉତ୍ତରାଖଣ୍ଡ, ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀରେ ତାଙ୍କର ଲକ୍ଷାଧିକ ଭକ୍ତ ରହିଛନ୍ତି। ଜୁଲାଇ ୨ରେ ଗୋଟିଏ ପଟେ ହାଥ୍‌ରସ ସତ୍‌ସଙ୍ଗରେ ଦଳାଚକଟା ଘଟି ଶତାଧିକ ମୃତାହତ ହୋଇଥିବାବେଳେ ଅନ୍ୟପଟରେ ମୈନପୁରୀ ଆଶ୍ରମରେ ଭୋଲୋ ବାବାଙ୍କୁ ଭକ୍ତମାନେ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିବା ଜଣାପଡିଛି। ମୈନପୁରୀରେ ଥିବା ବାବାଙ୍କ ଆଶ୍ରମ କୌଣସି ପଞ୍ଚତାରକା ହୋଟେଲ ତୁଳନାରେ କମ ନୁହେଁ। ୧୩ ଏକର ଜମି ଉପରେ ପ୍ରାୟ ୪ କୋଟି ଟଙ୍କାରେ ଏହି ଭବ୍ୟ ଆଶ୍ରମ ନିର୍ମିତ ହୋଇଛି। ମୈନପୁରୀ ବ୍ୟତୀତ ଆଗ୍ରା, କାନପୁର, ଗ୍ବାଲିୟର ଏବଂ କସ୍‌ଗଞ୍ଜରେ ମଧ୍ୟ ବାବାଙ୍କର ଆଶ୍ରମ ରହିଛି। ମୈନପୁରୀ ଆଶ୍ରମରେ ବାବାଙ୍କ ପ୍ରକୋଷ୍ଠ ଅତ୍ୟନ୍ତ ବିଳାସପୂର୍ଣ୍ଣ ହୋଇଥିବାବେଳେ ଏହାକୁ ହାତଗଣତି ବ୍ୟକ୍ତିଙ୍କର ପ୍ରବେଶ ଅନୁମତି ରହିଛି। ଯାତାୟାତ ନିମନ୍ତେ ବାବା ସୌଖୀନ ଦାମୀ କାର୍‌ ବ୍ୟବହାର କରୁଥିଲେ। ତାଙ୍କ ସୁରକ୍ଷା ନିମନ୍ତେ ଏକାଧିକ ବଳଶାଳୀ ଲୋକଙ୍କୁ ନିୟୋଜିତ କରାଯାଇଥିଲା। ଭୋଲେ ବାବା ସାମାଜିକ ଗଣମାଧ୍ୟମରେ ଆଦୌ ସକ୍ରିୟ ନଥିଲେ। ଭକ୍ତଙ୍କ ନିକଟରୁ ବାବା କୌଣସି ଦକ୍ଷିଣା ଗ୍ରହଣ କରୁନଥିବା ଦାବି କରୁଥିବାବେଳେ ଆଶ୍ରମ କାନ୍ଥରେ ଦାତାଙ୍କ ନାମ ଲେଖାଯାଇଥିବା ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories