www.samajalive.in
Saturday, December 13, 2025
27.1 C
Bhubaneswar

୨୦୧୮: ସର୍ବାଧିକ ଆନ୍ତର୍ଜାତିକ ୱିକେଟ ବୁମ୍‌ରାଙ୍କ ନାମରେ

ମେଲବୋର୍ଣ୍ଣ : ୨୦୧୮ରେ ବିଶ୍ବରେ ସଫଳତମ ଆନ୍ତର୍ଜାତିକ ବୋଲର ହୋଇ ପାରିଛନ୍ତି ଭାରତର ଯଶପ୍ରୀତ ବୁମ୍‌ରା। କ୍ରିକେଟ୍‌ର ସମସ୍ତ ୩ଟି ଫର୍ମାଟକୁ ମିଶାଇ ବୁମ୍‌ରା ୨୦୧୮ରେ ସର୍ବାଧିକ ୭୮ଟି ୱିକେଟ ନେଇଛନ୍ତି। ଏଥିରୁ ବୁମ୍‌ରା ୯ଟି ଟେଷ୍ଟମ୍ୟାଚ୍‌ରୁ ବିଶ୍ବରେ ୪୮ଟି ୱିକେଟ ନେଇଥିବା ବେଳେ ୧୩ଟି ଦିନିକିଆ ମ୍ୟାଚ୍‌ରୁ ୨୨ଟି ଏବଂ ୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ୮ଟି ୱିକେଟ ନେଇଛନ୍ତି। ଏହି କ୍ରମରେ ୨ୟ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡ଼ା। ୨୦୧୮ରେ ରାବାଡ଼ା ୭୭ଟି ୱିକେଟ ନେଇଛନ୍ତି। ରାବାଡ଼ା ୧୦ଟି ଟେଷ୍ଟରୁ ୫୨ଟି ୱିକେଟ ନେଇଥିବା ବେଳେ ୧୪ଟି ଦିନିକିଆରୁ ୨୩ଟି ଓ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ୨ଟି ୱିକେଟ ନେଇଛନ୍ତି।
୨୦୧୭ରେ ଯଶପ୍ରୀତ ବୁମ୍‌ରା ଗୋଟିଏ ମଧ୍ୟ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିନଥିଲେ। ​‌ତେବେ କେବଳ ଧଳା ବଲ୍ କ୍ରିକେଟ ଓ ଆଇପିଏଲ୍‌ର ପ୍ରଦର୍ଶନ ବଳରେ ବୁମ୍‌ରାଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିଥିଲା। ଘରୋଇ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନଙ୍କୁ ଚକିତ କରିବା ଲାଗି ଅଧିନାୟକ ବିରାଟ କୋହଲିଙ୍କ ପରାମର୍ଶରେ ପ୍ରଥମଥର ପାଇଁ ବୁମ୍‌ରାଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିଥିଲା। ଏହି ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିବା ପରେ ବୁମ୍‌ରା ଆଉ ପଛକୁ ଫେରି ଚାହିଁନାହାନ୍ତି। ୨୦୧୮ରେ ମାତ୍ର ୯ଟି ଟେଷ୍ଟ ଖେଳି ୪୮ଟି ୱିକେଟ ନେଇ ଏହି ବର୍ଷ ଭାରତୀୟ ଦଳର ମୁଖ୍ୟ ମ୍ୟାଚ୍ ବିଜେତା ପ୍ରମାଣିତ ହୋଇଛନ୍ତି। ଆଉ ୨ଟି ୱିକେଟ ନେଲେ ଟେଷ୍ଟ କ୍ରିକେଟରେ ୫୦ ୱିକେଟ ପୂରଣ କରିବାରେ ଦ୍ରୁତତମ ଭାରତୀୟ ବୋଲର ହେବେ। ଗତ ମେଲ୍‌ବୋର୍ଣ୍ଣ ଟେଷ୍ଟରେ ବୁମ୍‌ରା ପ୍ରଥମ ଇନିଂସରେ ୬ଟି ଓ ୨ୟ ଇନିଂସରେ ୩ଟି; ଏହିପରି ମ୍ୟାଚ୍‌ରେ ୮୬ ରନ୍‌ଦେଇ ମୋଟ ୯ଟି ୱିକେଟ ନେଇ ଭାରତକୁ ଜିତାଇଥିବା ବୁମ୍‌ରା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ତାଙ୍କର ଏପରି ପ୍ରଦର୍ଶନ ପରେ ବୁମ୍‌ରାଙ୍କୁ ଅଧିନାୟକ ବିରାଟ କୋହଲି ବିଶ୍ବର ସର୍ବଶ୍ରେଷ୍ଠ ବୋଲର ବୋଲି କହିବାକୁ ପଛାଇ ନାହାନ୍ତି। ଏହାସହ ବୁମ୍‌ରାଙ୍କ ଫିଟ୍‌ନେସକୁ ମଧ୍ୟ କୋହଲି ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ; ଅଷ୍ଟ୍ରେଲିଅା ବିପକ୍ଷରେ ଚଳିତ ଟେଷ୍ଟ ସିରିଜ୍‌ରେ ବୁମ୍‌ରା ୩ଟି ଟେଷ୍ଟରୁ ୨୦ଟି ୱିକେଟ ନେଇ ସାରିଲେଣି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories