ପୁରୀ : ଆଜି ହେଉଛି ଇଂରାଜୀ ନବବର୍ଷ ୨୦୧୯। ନବବର୍ଷରେ କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ପୁରୀରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ଭକ୍ତ। ଶ୍ରୀମନ୍ଦିରରେ ଭକ୍ତମାନେ ଶ୍ରୀଜୀଉଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥି ସହିତ ସୁରକ୍ଷା ବ୍ୟବସ୍ଥା ପ୍ରତି କଡା ଦୃଷ୍ଟି ଦିଆଯାଇଛି। ନବବର୍ଷରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତି ଓ ଭକ୍ତଙ୍କ ଭିଡକୁ ଦେଖି ଶ୍ରୀମନ୍ଦିରର ଦ୍ବାର ଶୀଘ୍ର ଫିଟା ଯାଇଥିଲା।
Popular Categories



