www.samajalive.in
Saturday, December 13, 2025
27.1 C
Bhubaneswar

ଭାରତ ଓ କୋହଲିଙ୍କ ଶୀର୍ଷ ଟେଷ୍ଟ ମାନ୍ୟତା ବଜାୟ

ଦୁବାଇ : ଚଳିତବର୍ଷ ଶେଷ ସୁଦ୍ଧା ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଦଳଗତ ଭାବେ ଭାରତ ମଧ୍ୟ ପ୍ରଥମ ସ୍ଥାନକୁ ଅପରିବର୍ତ୍ତିତ ରଖିପାରିଛି। କୋହଲି ୯୩୧ ପଏଣ୍ଟ ପାଇ ବ୍ୟାଟସମ୍ୟାନ ତାଲିକାର ଶୀର୍ଷରେ ଥିବାବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ୨ୟ ଓ ଅ​‌େ​‌ଷ୍ଟ୍ରଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥ୍‌ ୩ୟ ସ୍ଥାନରେ ରହିଛନ୍ତି। କୋହଲି ଓ ୱିଲିୟମସନଙ୍କ ମଧ୍ୟରେ ୩୪ ପଏଣ୍ଟର ବ୍ୟବଧାନ ରହିଛି। କୋହଲି ଚଳିତବର୍ଷ ଟେଷ୍ଟ ଫର୍ମାଟରେ ୧୩୨୨ ରନ ସ୍କୋର କରିଛନ୍ତି। ଗତ ଅଗଷ୍ଟରେ ସ୍ମିଥ୍‌ଙ୍କୁ ପଛରେ ପକାଇ କୋହଲି ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଥିଲେ। ବିଗତ ୧୩୫ ଦିନ ଧରି କୋହଲି ଶୀର୍ଷ ମାନ୍ୟତା ବଜାୟ ରଖିଆସୁଛନ୍ତି। ଚେତେଶ୍ବର ପୂଜାରା (୮୩୪ ପଏଣ୍ଟ) ଅନ୍ୟ ଭାରତୀୟଭାବେ ତାଲିକାର ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। ଶ୍ରେଷ୍ଠ ଦଶ ମଧ୍ୟରେ ଭାରତରୁ କେବଳ କୋହଲି ଓ ପୂଜାରା ରହିଛନ୍ତି। ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଋଷଭ ପନ୍ତ୍‌ ୧୦ଟି ପାହ୍ୟା ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୩୮ତମ ସ୍ଥାନରେ ପହଞ୍ଚିଥିବାବେଳେ ନବାଗତ ମୟଙ୍କ ଅଗ୍ରୱାଲ ୬୭ତମ ସ୍ଥାନରେ ରହିଛନ୍ତି।
ଟେଷ୍ଟ ବୋଲରଙ୍କ ତାଲିକାରେ ଦକ୍ଷିଣ ଆଫ୍ରିକାର ଯୁବ ଫାଷ୍ଟ ବୋଲର କାଗିସୋ ରାବାଡା ୮୮୦ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ଇଂଲଣ୍ଡର ଜେମ୍‌ସ ଆଣ୍ଡରସନ ୮୭୪ ପଏଣ୍ଟ ସହ ୨ୟ ଓ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ ୮୩୬ ପଏଣ୍ଟ ସହ ୩ୟ ସ୍ଥାନ ଅଧିକାର କରିଛନ୍ତି। ତାଲିକାର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ଭାରତର ରବୀନ୍ଦ୍ର ଜାଡେଜା (୭୯୬) ୬ଷ୍ଠ ଓ ରବିଚନ୍ଦ୍ରନ ଅଶ୍ବିନ (୭୭୦) ୮ମ ସ୍ଥାନରେ ରହିଛନ୍ତି। ସଂପ୍ରତି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିବା ଯଶପ୍ରୀତ ବୁମ୍‌ରା ୧୬ଟି ପାହ୍ୟା ଉପରକୁ ଉଠି ୧୨ଶ ସ୍ଥାନରେ ଉପନୀତ ହୋଇଛନ୍ତି। ମହମ୍ମଦ ସାମିଙ୍କୁ ୨୩ତମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ଶ୍ରେଷ୍ଠ ଦଶଜଣଙ୍କ ତାଲିକାରେ ଦକ୍ଷିଣ ଆଫ୍ରିକାର ଭର୍ନନ ଫିଲାଣ୍ଡର (୪), ପାକିସ୍ତାନର ମହମ୍ମଦ ଆବାସ (୫), ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟ (୭), ଟିମ୍‌ ସାଉଦି (୯) ଓ ୱେଷ୍ଟଇଣ୍ଡିଜର ଜାସନ ହୋଲଡର (୧୦) ସ୍ଥାନ ପାଇଛନ୍ତି।
ଟେଷ୍ଟ ଅଲରାଉଣ୍ଡରଙ୍କ ତାଲିକାରେ ବାଂଲାଦେଶର ସାକିବ ଅଲ୍‌ ହାସାନ ଶୀର୍ଷ ମାନ୍ୟତା ବଜାୟ ରଖିଥିବାବେଳେ ୱେଷ୍ଟଇଣ୍ଡିଜର ଜାସନ ହୋଲଡର ୨ୟ ଓ ଭାରତର ରବୀନ୍ଦ୍ର ଜାଡେଜା ୩ୟ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ଦଶ ମଧ୍ୟରେ ଅନ୍ୟତମ ଭାରତୀୟଭାବେ ରବିଚନ୍ଦ୍ରନ ଅଶ୍ବିନ ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି।
ଦଳଗତଭାବେ ଭାରତ ୧୧୬ ପଏଣ୍ଟ ସହ ତାଲିକାରେ ଶୀର୍ଷ ମାନ୍ୟତା ବଜାୟ ରଖିଥିବାବେଳେ ତା ପଛକୁ ଇଂଲଣ୍ଡ (୧୦୮) ୨ୟ, ନ୍ୟୁଜିଲାଣ୍ଡ (୧୦୭) ୩ୟ, ଦକ୍ଷିଣ ଆଫ୍ରିକା (୧୦୬) ୪ର୍ଥ, ଅଷ୍ଟ୍ରେଲିଆ (୧୦୨) ୫ମ, ଶ୍ରୀଲଙ୍କା (୯୩) ୬ଷ୍ଠ, ପାକିସ୍ତାନ (୯୨) ୭ମ, ୱେଷ୍ଟଇଣ୍ଡିଜ (୭୦) ୮ମ, ବାଂଲାଦେଶ (୬୯)୯ମ ଓ ଜିମ୍ବାୱେ (୧୩) ୧୦ମ ସ୍ଥାନରେ ରହିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories