www.samajalive.in
Monday, December 15, 2025
16.1 C
Bhubaneswar

ହାତ୍ରାସରେ ପୀଡିତଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ

ଉତ୍ତରପ୍ରଦେଶ: ହାତ୍ରାସରେ ପହଞ୍ଚିଛନ୍ତି ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଲିଗଡଠାରେ ପହଞ୍ଚି ଧାର୍ମିକ ସମାବେଶ ବେଳେ ହୋଇଥିବା ଦଳାଚକଟା ଘଟଣାର ପୀଡିତଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆଲୋଚନା କରିଛନ୍ତି । ହାତ୍ରାସ ଘଟଣାରେ ୧୨୧ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏସମ୍ପର୍କରେ ଅନୁଧ୍ୟାନ ପାଇଁ ଯାଇଛନ୍ତି ରାହୁଲ ଗାନ୍ଧୀ । ଘଟଣା ମୁଖ୍ୟ ଅଭିଯୁକ୍ତ ଭୋଲେ ବାବା ଏବେ ବି ଫେରାର ରହିଛନ୍ତି, ତାଙ୍କ ସମ୍ପର୍କରେ ଖବର ଦେଲେ ଆର୍ଥିକ ପୁରସ୍କାର ଦିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏଯାବତ ଏହି ଘଟଣାରେ ୬ଜଣ ଗିରଫ ହୋଇଛନ୍ତି ।
ପୀଡିତଙ୍କ ପରିବାରକୁ ଭେଟିବା ପରେ ରାହୁଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା ଏକ ଦୁଃଖଦ ଘଟଣା । ଅନେକ ପରିବାର କ୍ଷତି ସହିଛନ୍ତି ଯାହା କେହି ପୂରଣ କରିପାରିବେ ନାହିଁ । ଅନେକଙ୍କ ଲୋକଙ୍କ ମୂଲ୍ୟବାନ ଜୀବନ ଅକାଳରେ ଚାଲିଯାଇଛି । ସେଠାରେ ପ୍ରଶାସନ ଭୁଲ ଯୋଗୁଁ ଏଭଳି ଘଟଣା ଘଟିଛି । ପୀଡିତଙ୍କ ପରିବାରକୁ କ୍ଷତିପୂରଣ ସଠିକ୍‍ ଭାବେ ମିଳିବା ଉଚିତ୍‍ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କ୍ଷତିପୂରଣ ଦେବାକୁ ମୁଁ ବିନମ୍ର ଭାବରେ ଅନୁରୋଧ କରୁଛି । କ୍ଷତିପୂରଣ ଯଥାଶୀଘ୍ର ଦିଆଯିବା ଉଚିତ୍‍ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories