www.samajalive.in
Monday, December 15, 2025
26.1 C
Bhubaneswar

କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଯୋଗୁଁ ବନ୍ଦୀ ହୋଇ ରହିଛନ୍ତି ଅଞ୍ଚଳବାସୀ

ବାଉଁଶୁଣି: ବୌଦ୍ଧ ବ୍ଲକ ଖଲିଆପାଲି ଗ୍ରାମପଞ୍ଚାୟତର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପୁରୁମୁଣ୍ଡା ଗ୍ରାମଠାରୁ ହାତୀମୁଣ୍ଡା ଛକ ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି । ଏହି ରାସ୍ତା କାମରେ ଠିକାଦାର କେବଳ ରାସ୍ତା ଉପରେ ମାଟି ବିଛାଇ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଏହି ରାସ୍ତାରେ ଯିବାଆସିବା କରୁଥିବା ଛାତ୍ରଛାତ୍ରୀ ଓ ଜନସାଧାରଣ ବହୁ କଷ୍ଟ ଭୋଗୁଛନ୍ତି । ଚଳିତ ବର୍ଷ ବର୍ଷା ହେବା ଦିନଠାରୁ ଏହି ରାସ୍ତାରେ କାଦୁଅରେ ଯାତାୟତ କରୁଛନ୍ତି ଲୋକେ । ଏନେଇ ଅଞ୍ଚଳବାସୀ ବାରମ୍ବାର କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କୁ ଯେତେ ଅବଗତ କରାଇଲେ ମଧ୍ୟ କେହି ଶୁଣୁନାହାନ୍ତି । ଯାହାକି ଲୋକେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ଏକ ବଡ଼ ଧରଣର ଡିଲ୍ ହୋଇଥିବା ଲୋକେ ସନ୍ଦେହ କରୁଥିବା କହିଛନ୍ତି ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ ହୋଇଛି ଏହି ରାସ୍ତା ପାଇଁ । ପ୍ରାୟ ତିନି କିଲୋମିଟର ରାସ୍ତାର ଅବସ୍ଥା ବର୍ତ୍ତମାନ ବେହାଲ ହୋଇଛି । ରାସ୍ତା କାମରେ ବିଳମ୍ବ ଯୋଗୁଁ ବନ୍ଦୀ ଜୀବନ କାଟୁଛନ୍ତି ପୁଡୁଗପଥର, ରୁଗୁଡ଼ିଘୁରା, ପାଟଲିପଡ଼ା, ବୁଢ଼ିକଣ ଗ୍ରାମର ବାସିନ୍ଦା। ବିନା ସୂଚନା ଫଳକରେ କାମ ଚାଲିଥିବା ଅଭିଯୋଗ କରୁଛନ୍ତି ଅଞ୍ଚଳବାସୀ । ପୂର୍ବରୁ ଏହି ରାସ୍ତାରେ ପିଚୁ କାମ ହୋଇଥିବାବେଳେ ତାକୁ ହଟାଇ ପୁଣିଥରେ କାର୍ଯ୍ୟ କରୁଛି ଠିକା ସଂସ୍ଥା । କାମ ଆରମ୍ଭ କରି ଠିକାଦାର କିଛି ସ୍ଥାନରେ ରାସ୍ତା ଉପରେ ପୁରୁଣା ରାସ୍ତାରୁ ପିଚୁ ଓ ମେଟାଲ ଖୋଳିଦେଇ ରାସ୍ତା ଉପରେ ମାଟି ପକାଇ ଦେଇଛନ୍ତି । ଫଳରେ ବର୍ଷା ଯୋଗୁଁ କାଦୁଅ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ରାସ୍ତାରେ ଅଞ୍ଚଳର ସହ ସହ ଲୋକ ଗ୍ରାମକୁ ଯିବାଆସିବା କରିଥାନ୍ତି । ସେହିଭଳି ଏହି ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ, ଆମ୍ବୁଲାନ୍ସ ସହିତ ଜନସାଧାରଣ ଯିବା ଆସିବା ବନ୍ଦ କରିଦେଇଛନ୍ତି । ରାସ୍ତା ଉପରେ ମାଟି ପକାଇ ଦେଇଥିବା ବେଳେ ବହୁ ବର୍ଷ ହେଲା କାର୍ଯ୍ୟରତ ଥିବା ଆରଡ଼ି ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ କାର୍ଯ୍ୟ ଠିକ୍‌ରେ ହେଉ ନ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଯଦି ତୁରନ୍ତ ରାସ୍ତା ମରାମତି ନ ହୁଏ ଆଗାମୀ ଦିନର ଉକ୍ତ ବିଭାଗ କାର୍ଯ୍ୟାଳୟ ଆଗରେ ଅଞ୍ଚଳବାସୀ ଧାରଣା ହେବାକୁ ଚେତାବନୀ ଦେଇଛନ୍ତି । ଏହି ରାସ୍ତା ବାବଦରେ ଆରଡ଼ି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଦୁଇଦିନ ଭିତରେ ରାସ୍ତା ସମସ୍ୟା ଦୂର କରାଯିବ ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ରାସ୍ତାକୁ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories