www.samajalive.in
Tuesday, December 9, 2025
16.1 C
Bhubaneswar

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ବାସୁଦେବପୁର : ପ୍ରେମ ବିବାହର ଦୁଇମାସ ପୁରିନି। ପାଦରୁ ଲିଭିନି ଅଳତା। ହେଲେ ଯୌତୁକ ଜୁଇରେ ଶୋଇଲେ ନବବଧୂ। ଏମିତି ଘଟଣା ଘଟିଛି ବାସୁଦେବପୁର ଥାନା ଅଧିନ ରଥପଦା ତିଳଦା ଗ୍ରାମରେ।

ମିଳିଥିବା ସୂଚନା ମୁତାବକ, ନାଇକାଣିଡିହି ଥାନା ଅଧିନ ରାଜଘରପୋଖରୀ ଗ୍ରାମର ନକୁଳ ମହାନ୍ତିଙ୍କ ଝିଅ ମାନସୀଙ୍କୁ ତିଳଦା ଗ୍ରାମର ନାଥବୈରାଗୀ ଦାସ ବେହେରାଙ୍କ ପୁଅ ବିରୁପାକ୍ଷ ପ୍ରାୟ ୧ ବର୍ଷ ହେବ ଅପହରଣ କରିନେଇଥିଲା। ଚଳିତବର୍ଷ ମେ’ ୧୦ ତାରିଖରେ ଉଭୟ ବିବାହ କରିବାର ଆଠଦିନ ପରେ ଝିଅ ଫୋନ୍‌ କରି ଜଣାଇଥିଲା। ହସ ଖୁସିର ସଂସାରରେ ମାଡ଼ି ଆସିଲା କଳାବାଦଲ। କୌଣସି କାରଣରୁ କୀଟନାଶକ ପିଇ ଦେଇଥିଲେ ମାନସୀ। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବରପାଇ ବାପାଘର ଲୋକେ ଡାକ୍ତରଖାନାରେ ପହଞ୍ଚିବା ପରେ ଯୌତୁକ ପାଇଁ ଝିଅକୁ ଜୀବନରୁ ମାରିଦେଇଥିବା ନେଇ ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ପୁଲିସ ଅଧିକାରୀ ଭାଗିରଥୀ ନାୟକ ଜଣାଇଛନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories