www.samajalive.in
Sunday, December 7, 2025
14.1 C
Bhubaneswar

୫ରେ ଏସ୍‌ପି ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ବର : ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ହୋଇଥିବା ବିକ୍ଷୋଭକୁ ନେଇ ଅଭାବନୀୟ ସ୍ଥିତି ଦେଖା ଦେଇଥିଲା। ଉଭୟ ଦଳ ପକ୍ଷରୁ ଗୋବର ଓ ଟେକାପଥର ମରାମରି ହୋଇଥିବା ବେଳେ ପରସ୍ପର ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇଥିଲା। ତେବେ ଘଟଣାରେ ଆକ୍ରମଣକାରୀଙ୍କୁ ୭୨ ଘଣ୍ଟା ମଧ୍ୟରେ ପୁଲିସ ଗିରଫ ନକଲେ ଆସନ୍ତା ୫ତାରିଖ ଦିନ ସମସ୍ତ ଜିଲା ଆରକ୍ଷୀ ଅଧ୍ୟକ୍ଷକ(ଏସପି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ। ଭୁବନେଶ୍ବର ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର ଓ ଯୁବ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି। ମଙ୍ଗଳବାର ଘଟଣାକୁ ନେଇ କଂଗ୍ରେସ ଭବନରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀ ନୱାଜ କହିଛନ୍ତି, ରାହୁଲଙ୍କ ମନ୍ତବ୍ୟକୁ ବିଜେପି ବିକୃତ କରି ଅଶାନ୍ତି ସୃଷ୍ଟି କରୁଛି। ଏହା ଦେଶ ପାଇଁ ଶୁଭଙ୍କର ନୁହେଁ। ରାଜନୀତିରେ ଧର୍ମକୁ ବ୍ୟବହାର କରା ନଯାଉ ବୋଲି ସେ କହିଛନ୍ତି। ଘଟଣା ସମ୍ପର୍କରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ ଆକ୍ରମଣକାରୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ରାଜ୍ୟରେ କଂଗ୍ରେସ ଆନ୍ଦୋଳନ କରିବ। ଆବଶ୍ୟକ ପଡ଼ିଲେ ୨୦ ହଜାର ଯୁବ ଛାତ୍ରଙ୍କ ସହ ବିଜେପି କାର୍ଯ୍ୟାଳୟରେ ଜୋର ଜବରଦସ୍ତ ପଶିବୁ ବୋଲି କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି। ଅନ୍ୟପଟେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, ପିସିସି ସଭାପତିଙ୍କୁ କଂଗ୍ରେସ ଦଳର କର୍ମୀ କାଳିମାଡ କରୁଛନ୍ତି। ପିସିସି ସଭାପତି ନିଃସ୍ବାର୍ଥ ଭାବେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବାରମ୍ବାର ଦିଲ୍ଲୀ ଦୌଡୁଛନ୍ତି। କଂଗ୍ରେସ ଏକ ବିଶୃଙ୍ଖଳିତ ଦଳ। ସେ ଦଳ ଆମକୁ କ’ଣ ଶୃଙ୍ଖଳା ଶିଖାଇବ। ଶ୍ରୀ ଗାନ୍ଧୀ ସଂସଦରେ ଯେଉଁଭଳି ଭାବେ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଛନ୍ତି, ଏଥିପାଇଁ ସେ କ୍ଷମା ମାଗନ୍ତୁ। ଗଣତାନ୍ତ୍ରିକ ଉପାୟରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଉ ଥିବାବେଳେ କଂଗ୍ରେସ ଭବନରୁ ଟେକାପଥର ମାଡ କରାଯିବା ଦ୍ବାରା ୬ଜଣ କର୍ମୀ ଗୁରୁତର ହୋଇଛନ୍ତି। ଏନେଇ ପୁଲିସରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମାମଲା ଦିଆଯାଇ ଥିବାବେଳେ ପୁଲିସ ଛାତ୍ର କଂଗ୍ରେସର ଦୋଷୀ କର୍ମୀଙ୍କୁ ଗିରଫ କରିବାକୁ ଦାବି କରାଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories