www.samajalive.in
Sunday, December 14, 2025
15.1 C
Bhubaneswar

କଳ୍କି ୨୮୯୮ ଏଡି ବକ୍ସ ଅଫିସ୍ କଲେକସନ୍ ; ୭ ଦିନରେ ୭୦୦ କୋଟି..

ମୁମ୍ବଇ : କଳ୍କି ୨୮୯୮ ଏଡି ସେଭଳି ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ , ଯାହା ବକ୍ସ ଅଫିସ୍ କଲେକସନର ରେକର୍ଡ ଭାଙ୍ଗୁଛି। କେବଳ ଏତିକି ନୁହେଁ ବର୍ଷ ୨୦୨୪ର ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିବା ସହ ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବୋଲି ଜଣାପଡିଛି। ବଡ ବଜେଟ୍ ର ଚଳଚ୍ଚିତ୍ର ହେବା ସହ ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନଙ୍କ ଏହି ଫିଲ୍ମ ମାତ୍ର ୭ ଦିନରେ ବିଶ୍ୱବ୍ୟାପି କଲେକସନ୍ ହାସଲ କରିଛି। ଏହା ମଧ୍ୟରେ ଭାରତରେ କଳ୍କି ୨୮୯୮ ଏଡିର ସାତ ଦିନର କଲେକସନ୍ ସାମ୍ନାକୁ ଆସିଛି, ଯାହା ଆଶ୍ଚର୍ଯ୍ୟ କରି ଦେବ।

ପ୍ରାଥମିକ ତଥ୍ୟ ଅନୁଯାୟୀ, କଳ୍କି ୨୮୯୮ ସପ୍ତମ ଦିନରେ ଭାରତରେ ୨୩.୨ କୋଟି ଟଙ୍କା ଆୟ କରିଛି। ଏହା ପରେ କଳ୍କି ଭାରତରେ ୩୯୩.୪ କୋଟି ଟଙ୍କା ଆୟ କରିଛି।
ଭାଷାରେ ସଂଗ୍ରହକୁ ଦେଖିବାକୁ ଗଲେ ଚଳଚ୍ଚିତ୍ରଟି ତେଲୁଗୁରେ ୨୦୨.୮ କୋଟି, ତାମିଲରେ ୨୨.୧ କୋଟି, ହିନ୍ଦୀରେ ୧୫୨ କୋଟି, କନ୍ନଡରେ ୨.୬ କୋଟି ଏବଂ ମାଲାୟାଲମରେ ୧୩.୪ କୋଟି ଟଙ୍କା ସାତ ଦିନ ମଧ୍ୟରେ ଆୟ କରିଛି। ବିଶ୍ୱବ୍ୟାପୀ ଏହି ସଂଖ୍ୟା ୭୦୦ କୋଟି ଅତିକ୍ରମ କରିଛି। ଫିଲ୍ମର ବଜେଟ୍ ହେଉଛି ୬୦୦ କୋଟି ଟଙ୍କା, ଯାହା ଚଳଚ୍ଚିତ୍ରଟି ସାତ ଦିନ ମଧ୍ୟରେ ସାରା ବିଶ୍ୱର ସଂଗ୍ରହରୁ ହାସଲ କରିଛି।

ବାସ୍ ଏହି ୩ଟି ଗଛ ଘରକୁ ଆଣନ୍ତୁ ; ବଦଳିଯିବ ଭାଗ୍ୟ, ଧନକୁ କରେ ଆକର୍ଷିତ..

- Advertisement -

ଛଅ ଦିନର କଲେକସନ୍ କୁ ଦେଖିଲେ ପ୍ରଥମ ଦିନରେ ଫିଲ୍ମ ୯୫.୩ କୋଟି ଟଙ୍କା ହାସଲ କରିବାରେ ସଫଳ ହୋଇଥିଲା। ଏହା ପରେ ଦ୍ୱିତୀୟ ଦିନରେ ସଂଗ୍ରହ ଥିଲା ୫୭.୬ କୋଟି। ତୃତୀୟ ଦିନରେ ଏହି ସଂଖ୍ୟା ୬୪.୫ କୋଟିରେ ପହଞ୍ଚିଛି। ଚତୁର୍ଥ ଦିନରେ ସଂଗ୍ରହ ୮୮.୨ କୋଟିରେ ପହଞ୍ଚିଛିା ପଞ୍ଚମ ଦିନରେ ଏହି ସଂଖ୍ୟା ୩୪.୧୫ କୋଟି ଥିଲା। ଏହି ଚଳଚ୍ଚିତ୍ରଟି ଷଷ୍ଠ ଦିନରେ ୨୭.୦୫ କୋଟି ଟଙ୍କା ଆୟ କରିଥିଲା। ଏହା ପରେ ଲାଗୁଛି ଯେ ଦ୍ୱିତୀୟ ସପ୍ତାହ ଶେଷରେ ଏହି ଚଳଚ୍ଚିତ୍ର ଭାରତରେ ୫୦୦ କୋଟି ଟଙ୍କା ଏବଂ ବିଶ୍ୱରେ ୧୦୦୦ କୋଟି ଟଙ୍କା ସଂଗ୍ରହ କରିବ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories