ଦେଖନ୍ତୁ ଭିଡିଓ: ଗୁପଚୁପ ସହିତ ଖଟାପାଣି ନୁହେଁ, ଜୀବନ୍ତ ମାଛ ଖାଉଛନ୍ତି ଏହି ମହିଳା, ଲୋକେ ଦେଖି ତାଜୁବ…
ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏକ ଭିଡିଓକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବେ। ଏକ ଭୋଜନାଳୟରେ ଜଣେ ମହିଳା ଗୁପଚୁପ ସହିତ ଖଟାପାଣି ନୁହେଁ, ବରଂ ଜୀବନ୍ତ ଇଲ୍ ମାଛ ଖାଉଥିବା ଦେଖିବାକୁ ମିଳିଛି। ଭିଡିଓଟି କେଉଁ ଅଞ୍ଚଳର ହୋଇଥିବ ତାହା ଆପଣମାନେ ଜାଣିପାରୁଥିବେ। ଭିଡିଓଟି ହେଉଛି ଚୀନର। କାରଣ ଚୀନର ନାଗରିକମାନେ ନିଜ ଭୋଜନରେ ଜୀବଜନ୍ତୁଙ୍କୁ ଖାଉଥିବା ଦେଖିବାକୁ ମିଳିଥାଏ। ମାତ୍ର ଜଣେ ମହିଳା ଲୋକପ୍ରିୟ ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଭାବେ ପରିଚିତ ଗୁପଚୁପ ସାଙ୍ଗରେ ଜୀବନ୍ତ ମାଛ ଖାଉଥିବା ଭିଡିଓ ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମରେ ଭାଇରାଲ ହେଉଛି।
View this post on Instagram
ଏହି ଭିଡିଓଟିକୁ ୬୬ ଲକ୍ଷ ଲୋକ ଦେଖିସାରିଛନ୍ତି। ହଜାର ହଜାର ଲୋକ କମେଣ୍ଟ ବି ଦେଇଛନ୍ତି। ଅନେକ ଲୋକ ଏହାକୁ ପସନ୍ଦ କରିଥିବାବେଳେ ଅନେକେ ଘୃଣା ଭାବ ସହିତ କମେଣ୍ଟ କରିଛନ୍ତି। ସାଧାରଣତଃ ଚୀନର ନାଗରିକମାନେ ସାପ, ବିଛା, ପୋକ ଆଦିଙ୍କୁ ନିଜ ଖାଦ୍ୟରେ ସାମିଲ କରି ନିଜ ସାହସିକତାର ପରିଚୟ ଦେଇଥାଆନ୍ତି। ହେଲେ ସେମାନଙ୍କର ଏହି ନୂତନ ବ୍ୟଞ୍ଜନକୁ ନେଇ ଏବେ ଚାରିଆଡୁ ନିନ୍ଦା ଏବଂ ସମାଲୋଚନା କରାଯାଉଛି।
Comments are closed.