ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀ ଥାନା ଆମ ପୁଲିସ ପକ୍ଷରୁ ନୂତନ କରି ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତା ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଶଦ ଭାବରେ ନୂତନ ଆଇନ ସଂପର୍କରେ ଉପସ୍ଥିତ ବିଭିନ୍ନ ପଞ୍ଚାୟତ ଓ ସଂଗଠନରୁ ଆସିଥିବା ଜନସାଧାରଣ ଓ ସଦସ୍ୟମାନଙ୍କୁ ବୁଝାଇଥିଲେ। ଉପ ନିରୀକ୍ଷକ ଡଃ ବିକାଶ ସେଠୀ , ସ୍ଥାନୀୟ ସରପଞ୍ଚ କୈଳାସ ଚନ୍ଦ୍ର ଦାସ, ବିପିନ ବିହାରୀ ପ୍ରଧାନ ଓ ସାମ୍ବାଦିକ ସଚିଦାନନ୍ଦ ପଣ୍ଡା ପ୍ରମୁଖ ନୂତନ ଆଇନ ସଂପର୍କରେ ଆଲୋକପାତ କରିଥିଲେ। ପ୍ରକାଶଯୋଗ୍ୟ ଏହି ଆଇନ ବ୍ୟବସ୍ଥାରେ ଏତଲା, ତଦନ୍ତ ଓ ସାକ୍ଷ୍ୟ ଆଦି ଡିଜିଟାଇଜେସନ କରାଯାଇଥିବାରୁ ନ୍ୟାୟ ପ୍ରଦାନରେ ସୁବିଧା ହେବ ବୋଲି ଥାନା ଅଧିକାରୀ ଶ୍ରୀ ଖୁଣ୍ଟିଆ କହିଥିଲେ।
Popular Categories



