www.samajalive.in
Sunday, December 7, 2025
26.1 C
Bhubaneswar

‘ମୋ ବସ’ ହେବ ‘ଆମ ବସ୍‌‌’, ବଦଳିବ ରଙ୍ଗ!

ଡେସ୍କ: ବଦଳିପାରେ ‘ମୋ ବସ’ର ନାମ। ‘ମୋ ବସ’ର ନାଁ ବଦଳି ‘ଆମ ବସ’ ହୋଇପାରେ। ଆବଶ୍ୟକ ହେଲେ ଏ ନେଇ ଆଲୋଚନା ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଆଜି ‘ମୋ ବସ’ରେ ଡଃ ମହାପାତ୍ର ଯାତ୍ରା କରିଥିଲେ। ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ‘ମୋ’ର ଅର୍ଥ ହେଉଛି ଅହଂ ଭାବ, ତେଣୁ ‘ଆମେ’ ହେଲେ ଭଲ ହେବ। ଆବଶ୍ୟକ ପଡ଼ିଲେ ବସ୍‌‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତିା

ଡଃ ମହାପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କରି ‘ମୋ ବସ୍‌‌’ର ନାମ ଓ ରଙ୍ଗ ବଦଳିବ। ଭୁବନେଶ୍ୱର ଓ କଟକ ପାଇଁ ଆହୁରି ୧୦ ଲେଖାଏଁ ବସ୍‌‌ ଅଣାଯିବ। ଏହାଛଡା ପ୍ରଧାନମନ୍ତ୍ରୀ ଇ-ବସ ଯୋଜନାରେ ଓଡ଼ିଶାକୁ ୪୦୦ ବସ୍‌‌ ଆସିବାକୁ ଥିବା ବେଳେ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟାନ ସ୍ଥାନରେ ମଧ୍ୟ ଏହି ବସ୍‌‌ ଚଳାଚଳ କରିବ ବୋଲି ମନ୍ତ୍ରୀ କହିଛନ୍ତି।

- Advertisement -

ସୂଚନା ଯୋଗ୍ୟ, ବିଜେଡି ସରକାର ଆରମ୍ଭରେ ରାଜ୍ୟରେ ଆରମ୍ଭ ହୋଇଥିବା ‘ଲକ୍ଷ୍ମୀ’ ବସର ନାଁ ପରିବର୍ତ୍ତନ କରାଯାଇ ‘ମୁଖ୍ୟମନ୍ତ୍ରୀ’ ବସ ସେବା କରାଯାଇଥିବା ବେଳେ ବସ ଗୁଡିକୁ ଗେରୁଆ ରଙ୍ଗ କରାଯାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories