www.samajalive.in
Saturday, December 6, 2025
19.1 C
Bhubaneswar

ରଥଯାତ୍ରା ପ୍ରସ୍ତୁତି: ପୁରୀକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଖୋଲିବ ଆଶୁଚିକିତ୍ସା କେନ୍ଦ୍ର

ପୁରୀ : ଘୋଷଯାତ୍ରା ସମୟରେ ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ସେଠାରେ ଜଣେ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଏବଂ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖାଯିବ। ସମସ୍ତ ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ ଦୁର୍ଘଟଣା ଭଳି ଆପାତକାଳୀନ ସ୍ଥିତିର ମୁକାବିଲା ପାଇଁ ଆମ୍ବୁଲାନ୍ସ ରଖାଯିବ। ସମଗ୍ର ଜିଲାରେ ୪୯ଟି ଘରୋଇ ଆମ୍ବୁଲାନ୍ସ ଏବଂ ୫୦ଟି ୧୦୮ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଲକ୍ଷ୍ୟ ରଖି ୨ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଉଛି। ନୋଡାଲ ଅଧିକାରୀ ଭାବେ ଡ. ଲଲାଟେନ୍ଦୁ ମିଶ୍ର ରହିଛନ୍ତି। ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ବିଦାୟୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଜାତା ମିଶ୍ର, ନୂତନ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ରୂପଭାନୁ ମିଶ୍ର, ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଅଧୀକ୍ଷକ ଡ.କୌଶିକ ମିଶ୍ର, ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଓ ଚିକିତ୍ସାଧିକାରୀ ଡ. କିଶୋର କୁମାର ପଣ୍ଡା, ଡ. ବିରଜା ଶଙ୍କର ରଥ ଏବଂ ଡ. ବିନୋଦ ବିହାରୀ ରଥ ପ୍ରମୁଖ ଯୋଗଦେଇଥିଲେ। ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ଜିଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଏବଂ ଜିଲା ଯକ୍ଷ୍ମା, ଛାତି ଓ ସଂକ୍ରମଣ ଚିକିତ୍ସାଳୟରେ ୫୦ଟି ଶଯ୍ୟା ସ୍ବତନ୍ତ୍ରଭାବେ ପ୍ରସ୍ତୁତ କରି ରଖାଯାଇଛି। ଜିଲା ଯକ୍ଷ୍ମା, ଛାତି ଓ ସଂକ୍ରମଣ ଚିକିତ୍ସାଳୟରେ ରଥଯାତ୍ରା ପାଇଁ ୧୦ଟି ଅସ୍ଥାୟୀ ପୋଡ଼ାଜଳା ଶଯ୍ୟା ପ୍ରସ୍ତୁତ କରାଯାଇଛି। ଯାହାକୁ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ମଙ୍ଗଳବାର ସକାଳେ ତଦାରଖ କରିଛନ୍ତି। ଏଥିସହିତ ଅନ୍ୟାନ୍ୟ ଗୋ‌ଷ୍ଠୀ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ସଂଖ୍ୟକ ଶଯ୍ୟା ପ୍ରସ୍ତୁତ କରି ରଖିବା ପାଇଁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଆବଶ୍ୟକତା ଅନୁଯାୟୀ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଏବଂ ରୋଗୀ ସହାୟକଙ୍କୁ ପ୍ରସ୍ତୁତ କରି ରଖିବା ପାଇଁ କୁହାଯାଇଛି। ଅନ୍ୟ ପକ୍ଷରେ ଚଳିତ ବର୍ଷ ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଲକ୍ଷ୍ୟ ରଖି ଜିଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ସ୍ବତନ୍ତ୍ର ଶଯ୍ୟା, ଆମ୍ବୁଲାନ୍ସ, ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ପୂର୍ବରୁ ବିଭିନ୍ନ ବିଭାଗ ସହ ସମନ୍ୱୟ ରଖି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଯେକୌଣସି ଆପାତକାଳୀନ ସ୍ଥିତିର ମୁକାବିଲା ପାଇଁ ମକଡ୍ରିଲ କରାଯିବ ବୋଲି ବୈଠକରେ ସୂଚନା ମିଳିଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories