ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ କେଜ୍ରିଓ୍ବାଲ
![](https://samajalive.in/wp-content/uploads/2024/04/kejriwal-1-2-650x430.jpg)
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଫସିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଅବକାରୀ ନୀତି ମାମଲାରେ କେଜ୍ରିୱାଲ ତାଙ୍କ ଗିରଫଦାରୀ ଏବଂ ସିବିଆଇ ରିମାଣ୍ଡକୁ ଚ୍ୟାଲେଞ୍ଜ କରିଛନ୍ତି।
ଜୁନ୍ ୨୯ରେ କେଜ୍ରିଓ୍ବାଲଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ପରେ ରାଉଜ୍ ଆଭେନ୍ୟୁର ସ୍ୱତନ୍ତ୍ର ସିବିଆଇ କୋର୍ଟ କେଜ୍ରିୱାଲଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ତିହାର ଜେଲକୁ ପଠାଇଥିଲେ।
ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜୁନ୍ ୨୬ରେ ସିବିଆଇ ଗିରଫ କରିଥିଲା। ଅଦାଲତ ତାଙ୍କୁ ତିନି ଦିନିଆ ସିବିଆଇ ହେପାଜତକୁ ପଠାଇଥିଲେ। କେଜ୍ରିୱାଲଙ୍କ ସିବିଆଇ ରିମାଣ୍ଡ ଶେଷ ହେବା ପରେ ଜୁନ୍ ୨୯ରେ ତାଙ୍କୁ ପୁଣି ହାଜର କରାଯାଇଥିଲା। ଏହାପୂର୍ବରୁ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଗିରଫ କରିଥିଲା। ସେବେଠାରୁ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି।
Comments are closed.