www.samajalive.in
Sunday, December 14, 2025
15.1 C
Bhubaneswar

ସ୍ଵର୍ଗରେ ଜାଗା କିଣାଇ ଦେଉଛି ଏହି ଚର୍ଚ୍ଚ, ଟଙ୍କା ବର୍ଷା କରୁଛନ୍ତି ଲୋକେ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି, ଯାହା ପଛର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମେକ୍ସିକୋର ଏକ ଚର୍ଚ୍ଚ ଏବେ ଚର୍ଚ୍ଚାରେ, ଯାହା ଲୋକଙ୍କୁ ସ୍ୱର୍ଗରେ ଜମି ଦେବାକୁ ଦାବି କରିଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଏହି ଚର୍ଚ୍ଚ ଅନେକ ଲୋକଙ୍କୁ ସ୍ୱର୍ଗରେ ଜାଗା କିଣାଇ ଦେବା ଦାବି କରି ଲକ୍ଷ ଲକ୍ଷ ଡଲାର ରୋଜଗାର କରୁଛି। କୁହାଯାଉଛି ଯେ, ଏହି ଚର୍ଚ୍ଚର ଭିଡିଓ ସର୍ବପ୍ରଥମେ ଟିକ୍‌ଟକ୍‌ରେ ଭାଇରାଲ ହୋଇଥିଲା। ମେକ୍ସିକୋରେ ଥିବା ଏହି ଚର୍ଚ୍ଚର ନାଁ ‘ଚର୍ଚ୍ଚ ଅଫ୍ ଏଣ୍ଡ ଟାଇମ୍’ ବୋଲି କୁହାଯାଉଛି।

ଇନ୍‌ଷ୍ଟାଗ୍ରାମରେ @tallguytycoon ନାମକ ଜଣେ ନିବେଶକ ଏହି ଚର୍ଚ୍ଚର ଏହି ଚୁକ୍ତି ଉପରେ ଏକ ଭିଡିଓ କରିଛନ୍ତି, ଯାହାକୁ ଏପର୍ଯ୍ୟନ୍ତ ୩୬ ହଜାରରୁ ଅଧିକ ଲୋକ ଲାଇକ୍‌ କରି ସାରିଲେଣି। ଭିଡିଓରେ କୁହାଯାଇଛି ଯେ, ମେକ୍ସିକୋର ଏହି ଚର୍ଚ୍ଚ ସ୍ୱର୍ଗରେ ଜମିର ମୂଲ୍ୟ ବର୍ଗ ଫୁଟ୍‌ ପିଛା ୧୦୦ ଡଲାର(୮,୩୪୫ ଟଙ୍କା)ରୁ ଆରମ୍ଭ କରୁଛି। ଭିଡିଓରେ ଏହା ମଧ୍ୟ କୁହାଯାଇଛି ଯେ, ଚର୍ଚ୍ଚ ଅନୁଯାୟୀ ଯେକେହି ଯେକୌଣସି ଆକାରର ପ୍ଲଟ୍ କିଣି ପାରିବେ। ତାଙ୍କ ସ୍ଥାନ ସ୍ୱର୍ଗରେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। ଚର୍ଚ୍ଚର ପାଦ୍ରୀଙ୍କ କହିବାନୁଯାୟୀ, ସେ ୨୦୧୭ ରେ ଭଗବାନଙ୍କ ସହ କଥା ହୋଇଥିଲେ ଏବଂ ସେ ସେଠାରେ ତାଙ୍କୁ ପ୍ଲଟ୍ ବିକ୍ରୟ କରିବାକୁ କହିଥିଲେ ଏବଂ ସେ ସେଠାରେ ତାଙ୍କୁ ଜମି ବିକ୍ରି କରିବାକୁ କହିଛନ୍ତି। କୁହାଯାଉଛି ଯେ, ଅନେକ ଲୋକ ଚର୍ଚ୍ଚ ଉପରେ ଭରସା ମୋଟା ଅଙ୍କର ନିଜ ଝାଳବୁହା ଧନ ଲୁଟାଇ ଦେଇଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସ୍ଵର୍ଗରେ ଜମି କିଣାଇଦେବାକୁ କହୁଥିବା ଏହି ଚର୍ଚ୍ଚ ଉପରୋକ୍ତ ତଥ୍ୟ ସମ୍ବଳିତ ଏକ ପୁସ୍ତକ ମଧ୍ୟ ପ୍ରସ୍ତୁତ କରିଛି, ଯାହା ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଲୋକେ ଅନେକ ପ୍ରତିକ୍ରିୟା ଦେଇଛନ୍ତି।

- Advertisement -


ଭାଇରାଲ ହେଉଥିବା ଏହି ପୁସ୍ତକରେ ବାଦଲ ପଛରେ ସୁନେଲୀ କିରଣ ଦେଖିବାକୁ ମିଳିଛି। ଏହା ସହିତ ଚାରି ଜଣ ଲୋକଙ୍କର ଏକ ପରିବାର ମଧ୍ୟ ଦେଖାଯାଉଛି। କେବଳ ଏତିକି ନୁହେଁ, ଏସବୁ ବ୍ୟତୀତ ପୁସ୍ତକରେ ଭିସା, ମାଷ୍ଟର, ମାଏଷ୍ଟ୍ରୋ, ରୁପେ, ଗୁଗଲ୍ ପେ ଏବଂ ଆପଲ୍ ପେ ଭଳି ଡିଜିଟାଲ୍ ୱାଲେଟର ଲୋଗୋ ମଧ୍ୟ ରହିଛି।

ଚର୍ଚ୍ଚର ନାଁରେ ସର୍ଚ୍ଚ କରିବା ଦ୍ଵାରା ସଂଗଠନର ଏକ ଫେସବୁକ୍ ପେଜ୍ ସାମ୍ନାକୁ ଆସୁଛି, ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଏହାକୁ ‘‘କେବଳ ମନୋରଞ୍ଜନ ପାଇଁ’’ ପ୍ରସ୍ତୁତ କରାଯାଇଛି। ଭାଇରାଲ ହେଉଥିବା ଅର୍‌ମାଣ୍ଡୋ ପେଣ୍ଟୋଜାଙ୍କ @tallguytycoonର ଏହି ଭିଡିଓକୁ ଦେଖିଥିବା ଅନେକ ଲୋକ ଏହା ଉପରେ ସାମାନ୍ୟତମ ବିଶ୍ୱାସ କରୁ ନଥିବାବେଳେ କେତେକ ଲୋକ ଏହାର ମଜା ଉଠାଇ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories