www.samajalive.in
Saturday, December 6, 2025
23.1 C
Bhubaneswar

ସଂସ୍କୃତ ଭାଷାରେ ସମ୍ବାଦ ପରିବେଷଣକୁ ୫୦ ବର୍ଷ, ଆକାଶବାଣୀକୁ ଅଭିନନ୍ଦନ ଜଣାଇଲେ ମୋଦୀ

ଡେସ୍କ: ଆଜି ସଂସ୍କୃତ ଭାଷାରେ ସମ୍ବାଦ ପରିବେଷଣକୁ ୫୦ ବର୍ଷ ପୂରଣ ହୋଇଥିବାରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ଆକାଶବାଣୀ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଆଜି ହେଉଛି ସଂସ୍କୃତ ସହ ଜଡିତ ଏକ ସ୍ୱତନ୍ତ୍ର ଅବସର। ଆଜି ଜୁନ୍ ୩୦ ତାରିଖରେ ଆକାଶବାଣୀର ସଂସ୍କୃତ ବୁଲେଟିନ୍ ପ୍ରସାରଣର ୫୦ ବର୍ଷ ପୂରଣ କରୁଛି। ଦୀର୍ଘ ୫୦ ବର୍ଷ ଧରି ଏହି ବୁଲେଟିନ୍ ଅନେକ ଲୋକଙ୍କୁ ସଂସ୍କୃତ ସହ ଯୋଡ଼ି ରଖିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରାଚୀନ ଭାରତୀୟ ଜ୍ଞାନ ଓ ବିଜ୍ଞାନର ପ୍ରଗତିରେ ସଂସ୍କୃତର ଏକ ବଡ଼ ଭୂମିକା ରହିଛି। ଆଜିର ସମୟର ଦାବି ହେଉଛି ଆମେ ସଂସ୍କୃତକୁ ସମ୍ମାନ ଦେବା ସହ ଏହାକୁ ଆମ ଦୈନନ୍ଦିନ ଜୀବନ ସହ ଯୋଡ଼ିବା ଉଚିତ୍। ଆଜିକାଲି ବେଙ୍ଗାଲୁରୁରେ ଅନେକ ଲୋକ ଏଭଳି ପ୍ରୟାସ କରୁଛନ୍ତି। ବେଙ୍ଗାଲୁରୁରେ ରହିଛି ଏକ ପାର୍କ – କବନ୍ ପାର୍କ। ଏହି ପାର୍କରେ ଏଠାକାର ଲୋକେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି। ଏଠାରେ ସପ୍ତାହକୁ ଥରେ, ପ୍ରତି ରବିବାର ପିଲା, ଯୁବକ ଏବଂ ବୟସ୍କମାନେ ସଂସ୍କୃତରେ ପରସ୍ପର ସହ କଥା ହୁଅନ୍ତି। ଖାଲି ସେତିକି ନୁହେଁ ସଂସ୍କୃତରେ ଅନେକ ବିତର୍କ ଅଧିବେଶନର ଆୟୋଜନ ମଧ୍ୟ କରାଯାଏ। ଏହି ପଦକ୍ଷେପର ନାମ ହେଉଛି ସଂସ୍କୃତ ସପ୍ତାହାନ୍ତ। ଏହି ପଦକ୍ଷେପ ବେଙ୍ଗାଲୁରୁବାସୀଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇଛି। ଯଦି ଆମେ ସମସ୍ତେ ଏଭଳି ପ୍ରୟାସରେ ସାମିଲ ହୋଇବୁ, ତେବେ ବିଶ୍ୱର ଏଭଳି ଏକ ପ୍ରାଚୀନ ଓ ବୈଜ୍ଞାନିକ ଭାଷାରୁ ଆମେ ବହୁତ କିଛି ଶିଖିବାକୁ ପାଇବୁ ବୋଲି ଶ୍ରୀ ମୋଦୀ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories