www.samajalive.in
Saturday, December 6, 2025
15.1 C
Bhubaneswar

ସାମାଜିକ ସୁରକ୍ଷା ଓ ଯୋଜନା ସମ୍ପର୍କରେ ସଚେତନ ହେବା ଉଚିତ

ଭୁବନେଶ୍ୱର: ସରକାରଙ୍କର ସାମାଜିକ ସୁରକ୍ଷା ଯୋଜନା ଓ ନିଜର ଅଧିକାର ଉପରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକେ  ଜାଣିବା ଜରୁରୀ, ଯାହା ଫଳରେ ତୃଣମୂଳ ସ୍ତରରେ ଲୁକ୍କାୟିତ ଭାବେ ରହିଯାଉଥିବା ପରିବାରଟି ବିକାଶର ସୁଫଳ ପାଇପାରିବ ବୋଲି ସ୍ଥାନୀୟ ରେଡକ୍ରସ ଭବନଠାରେ ଆକ୍ସନଏଡ୍‌ ଓ ସିସିଡବ୍ଲୁଡିଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।

ଅତିଥି ଭାବରେ ଶ୍ରମିକ ନେତା ମହେନ୍ଦ୍ର କୁମାର ପରିଡା ଯୋଗଦାନ କରି ସାମାଜିକ ସୁରକ୍ଷାର ବଳୟ ଓ ବିିଭିନ୍ନ ଦିଗ ଉପରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ସିସିଡବ୍ଲୁଡିର ସମ୍ପାଦକ ସଦାଶିବ ସ୍ୱାଇଁ ଯୋଗଦାନ କରି କହିଲେ ଯେ  ସାମାଜିକ ସୁରକ୍ଷା ଓ ଯୋଜନା ସମ୍ପର୍କରେ ସମସ୍ତେ ସଚେତନ ହେବା ଉଚିତ। ସରକାରଙ୍କ ସାମାଜିକ ସୁରକ୍ଷା ଓ ଯୋଜନା ସମ୍ପର୍କରେ ସମସ୍ତେ ଅବଗତ ହେବା ସହ ନିଜର ଅଧିକାରକୁ ସାବ୍ୟସ୍ତ କରିବା ଜରୁରୀ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଫୁଲମଣୀ ପାତ୍ର, ସଂଯୁକ୍ତା ମହାରଣା, ଯମୁନା ନାୟକ, ସ୍ନିଗ୍ଧା ଦାସ, ରେଣୁବାଳା ସାହୁ, କଲ୍ୟାଣୀ ରାଉତ, ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ପୃଷ୍ଠଭୂମି ଉପରେ ମାନସ ରଞ୍ଜନ ପ୍ରଧାନ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଭାସ୍କର ଚନ୍ଦ୍ର ପ୍ରଧାନ ପ୍ରଦାନ କରିଥିବା ବେଳେ ଶିବ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅଣସଂଗଠିତ ଶ୍ରମିକ ମଞ୍ଚ ଓ ଜୀବନ ରେଖା ଘରୋଇ ପରି·ରିକା ସଂଘର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories