ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତର ଅନେକ ଉତ୍ପାଦ ଅଛି ଯାହାର ସମଗ୍ର ବିଶ୍ୱରେ ବହୁତ ଚାହିଦା ରହିଛି ଏବଂ ଯେତେବେଳେ ଆମେ ଭାରତର ଏକ ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରୀୟ ହେଉଥିବା ଦେଖୁ, ସେତେବେଳେ ଗର୍ବ ଅନୁଭବ କରିବା ସ୍ୱାଭାବିକ। ଏଭଳି ଏକ ଉତ୍ପାଦ ହେଉଛି ଅରାକୁ କଫି। ଆନ୍ଧ୍ରପ୍ରଦେଶର ଆଲୁରୀ ସୀତା ରାମା ରାଜୁ ଜିଲ୍ଲାରେ ଅରାକୁ କଫି ବିପୁଳ ପରିମାଣରେ ଉତ୍ପାଦିତ ହୁଏ। ଏହା ଏହାର ସମୃଦ୍ଧ ସ୍ୱାଦ ଏବଂ ସୁଗନ୍ଧ ପାଇଁ ଜଣାଶୁଣା। ପାଖାପାଖି ଦେଢ଼ ଲକ୍ଷ ଆଦିବାସୀ ପରିବାର ଅରାକୁ କଫି ଚାଷ ସହ ଜଡ଼ିତ ଅଛନ୍ତି। ଅରାକୁ କଫିକୁ ନୂଆ ଉଚ୍ଚତାରେ ପହଞ୍ଚାଇବାରେ ଗିରିଜନ ସମବାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ଏଠାକାର କୃଷକ ଭାଇ ଭଉଣୀମାନଙ୍କୁ ଏକାଠି କରି ଆରାକୁ କଫି ଚାଷ କରିବାକୁ ଉତ୍ସାହିତ କରିଥିଲା।
ଶ୍ରୀ ମୋଦୀ କହିଛନ୍ତି, ଏହା ଦ୍ୱାରା ଏହି କୃଷକମାନଙ୍କ ଆୟ ମଧ୍ୟ ବହୁତ ବୃଦ୍ଧି ପାଇଛି। କୋଣ୍ଡା ଦୋରା ଆଦିବାସୀ ସମ୍ପ୍ରଦାୟ ମଧ୍ୟ ଏଥିରୁ ବହୁତ ଉପକୃତ ହୋଇଛନ୍ତି। ରୋଜଗାର ସହିତ ସେମାନେ ସମ୍ମାନଜନକ ଜୀବନ ମଧ୍ୟ ପାଉଛନ୍ତି। ମୋର ମନେ ଅଛି ଥରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ବିଶାଖାପାଟଣାରେ ଏହି କଫିର ସ୍ୱାଦ ଚାଖିବାର ସୁଯୋଗ ପାଇଥିଲି। ଅରାକୁ କଫିକୁ ଅନେକ ବିଶ୍ୱସ୍ତରୀୟ ପୁରସ୍କାର ମିଳିଛି। ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ମଧ୍ୟ ଏହି କଫି ହିଟ୍ ହୋଇଥିଲା।
ପ୍ରଧାନମନ୍ତ୍ରୀ ମଧ୍ୟ ଜମ୍ମୁ-କଶ୍ମୀରର ଲୋକମାନେ ମଧ୍ୟ ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରୀୟ କରିବାରେ ପଛରେ ନାହାନ୍ତି ବୋଲି କହିଛନ୍ତି। ଗତ ମାସରେ ଜମ୍ମୁ-କଶ୍ମୀର ଯାହା ହାସଲ କରିଛି ତାହା ସାରା ଦେଶର ଲୋକଙ୍କ ପାଇଁ ଉଦାହରଣ। ଏଠାରେ ପୁଲୱାମାରୁ ପ୍ରଥମ ବରଫ ମଟର (ସ୍ନୋ ପିଜ) ଲଣ୍ଡନ ପଠାଯାଇଥିଲା। ଏଥିପାଇଁ ଚକୁରା ଗାଁର ଅବଦୁଲ ରସିଦ ମୀର ପ୍ରଥମେ ଆଗେଇ ଆସିଥିଲେ। ଗାଁର ଅନ୍ୟ କୃଷକମାନଙ୍କ ଜମିକୁ ଏକାଠି କରି ସେ ବରଫ ମଟର ଚାଷ କରିବା ଆରମ୍ଭ କଲେ ଏବଂ କିଛି ସମୟ ମଧ୍ୟରେ କାଶ୍ମୀରରୁ ବରଫ ମଟର ଲଣ୍ଡନରେ ପହଞ୍ଚିବା ଆରମ୍ଭ କଲା। ଏହି ସଫଳତା ଜମ୍ମୁ-କଶ୍ମୀରବାସୀଙ୍କ ସମୃଦ୍ଧି ପାଇଁ ନୂଆ ଦ୍ୱାର ଖୋଲିଛି। ଆମ ଦେଶରେ ଏଭଳି ଅନନ୍ୟ ଉତ୍ପାଦର ଅଭାବ ନାହିଁ ବୋଲି ମନ କି ବାତରେ ପ୍ରଧାନମନ୍ତ୍ରୀ କହିଛନ୍ତି।



