www.samajalive.in
Monday, December 15, 2025
16.1 C
Bhubaneswar

ସାପ କାମୁଡାରେ ଭିନ୍ନକ୍ଷମ ଯୁବତୀଙ୍କ ମୃତ୍ୟୁ

ଆରଡି : ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ ବୋଡକ ଗାଁର ଲକ୍ଷ୍ମୀ ଦଳାଇ (୪୪) ନାମକ ଜଣେ ଭିନ୍ନକ୍ଷମ ଯୁବତୀ ଶୁକ୍ରବାର ସନ୍ଧ୍ୟାରେ ସାପ କାମୁଡାରେ ମୃତ୍ୟୁ ବରଣ କରିଛନ୍ତି । ସେ ଶୌଚ ହେବାକୁ ବିଲକୁ ଯାଇଥିବା ବେଳେ  ସେଠାରେ ସର୍ପାଘାତ ହୋଇଥିଲା । ମୃତ ଲକ୍ଷ୍ମୀ ମୁକ ହୋଇଥିବାରୁ ସାପ କାମୁଡା ବିଷୟରେ ପରିବାର ଲୋକଙ୍କୁ କହି ପାରି ନଥିଲେ । ଫଳରେ ଲକ୍ଷ୍ମୀ ଚେତାଶୂନ୍ୟ ହୋଇ ପଡିଯିବା ସହ ତାଙ୍କ ପାଟିରୁ ଗରଳ ବାହାରିଥିଲା । ଶନିବାର ଆରଡି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଜବଦ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ବ୍ୟବଚ୍ଛେଦ ପରେ ଲକ୍ଷ୍ମୀଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories