www.samajalive.in
Saturday, December 6, 2025
23.1 C
Bhubaneswar

କୋଇଲା ରୟାଲ୍ଟି ବୃଦ୍ଧି ଦାବି କଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: କୋଇଲା ରୟାଲ୍ଟି ବୃଦ୍ଧି ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ଭିତରେ ଓଡ଼ିଶା ପାଇଁ କଣ ଆଲୋଚନା ହୋଇଛି ତାହା ଓଡ଼ିଶାବାସୀ ଜାଣିବାକୁ ଚାହିଁଛନ୍ତି ବୋଲି କହିଛନ୍ତି । ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ହୋଇଛି । କୋଇଲା ରୟାଲଟି ବୃଦ୍ଧି କରିବାକୁ ଓଡ଼ିଶା ବାରମ୍ବାର ଦାବି କରି ଆସୁଛି । ପ୍ରତି ୩ ବର୍ଷରେ ଥରେ କୋଇଲା ରୟାଲ୍ଟି ବୃଦ୍ଧି ହୁଏ । ହେଲେ ୨୦୧୩ ପରଠାରୁ କୋଇଲା ରୟାଲ୍ଟିର ବୃଦ୍ଧି ହୋଇନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବାରମ୍ବାର ଦାବି କରିଥିଲେ । କୋଇଲା ରୟାଲ୍ଟି ବଢିଲେ ଓଡ଼ିଶାର ସ୍ୱପ୍ନ ସାକାର ହେବ, ବିକଶିତ ଓଡ଼ିଶା ଗଠନ ହେବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories