www.samajalive.in
Saturday, December 13, 2025
18.1 C
Bhubaneswar

ଦେଖନ୍ତୁ ଭିଡିଓ; ରେଳ ଧାରଣା କଡ଼ରେ ଛିଡ଼ା ହୋଇ ରିଲ୍ସ କରୁଥିଲେ ଯୁବତୀ, ପଛପଟୁ ଆସିଗଲା ଟ୍ରେନ, ତଥାପି ହଟିଲେନି…

ସମାଜ ଡିଜିଟାଲ ଡେସ୍କ: ରାତାରାତି ଲୋକପ୍ରିୟ ହେବା ପାଇଁ ରିଲ୍ସ ମାୟାରେ ପଡ଼ିଛନ୍ତି ଯୁବପିଢ଼ି। ଯେତେ ବିପଜ୍ଜନକ ସ୍ଥାନ ହେଉ ପଛେ, ରିଲ୍ସ ଏବଂ ଫଟୋ ପାଇଁ ଡରକୁ ଖାତିର କରୁନାହାନ୍ତି। ଏହି କାରଣରୁ ଅନେକ ସମୟରେ ବିପଜ୍ଜନକ ଅବସ୍ଥାରେ ଫଟୋ ଉଠାଇବା ସମୟରେ ପାହାଡ଼ରୁ ଖସି, ଝରଣାରେ ପଡ଼ି, ଟ୍ରେନରେ କଟି ପ୍ରାଣ ହରାଉଛନ୍ତି। ତଥାପି ମନରେ ଭୟ ଆସୁନାହିଁ। ଏମିତି ଏକ ଭିଡିଓ ଭାଇରାଲ ହେଉଛି ଇନଷ୍ଟାଗ୍ରାମ ସାଇଟରେ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଏକ ରେଳ ଧାରଣା ପାର୍ଶ୍ବରେ ଛିଡ଼ା ହୋଇଛନ୍ତି। ଅନ୍ୟ ଜଣେ ବ୍ୟକ୍ତି କିଛି ଦୂରରେ ଥାଇ ତାଙ୍କର ଭିଡିଓ କରୁଛନ୍ତି। ଏହି ସମୟରେ ପଛପଟୁ ଏକ ଟ୍ରେନ ଆସିଯାଉଛି। ଟ୍ରେନଟି ବାରମ୍ବାର ହର୍ନ ବି ମାରୁଛି। ହେଲେ ରେଳଧାରଣା କଡ଼ରୁ ହଟୁ ନାହାନ୍ତି ଯୁବତୀ। ଟ୍ରେନ ଯିବା ସମୟର ଦୃଶ୍ୟ ସହିତ ରିଲ୍ସ ବନାଇବାର ନିଶା ଘାରିଛି ଯୁବତୀଙ୍କୁ। ହେଲେ ଟ୍ରେନ ଡ୍ରାଇଭର ଏମିତି କିଛି ପଦକ୍ଷେପ ନେଲେ, ଯାହାଫଳରେ ଯୁବତୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା।

 

View this post on Instagram

 

A post shared by UNILAD Tech (@uniladtech)

- Advertisement -


ଟ୍ରେନ ଡ୍ରାଇଭର ଜଣକ ନିଜ ଆସନରୁ ଉଠି ଆସିଥିଲେ। ଟ୍ରେନ ଗଡ଼ୁଥିବା ସତ୍ବେ ଡ୍ରାଇଭର ପାଖ ଡୋର ଖୋଲି ଗୋଟିଏ ଗୋଡ଼ ବାହାରକୁ କାଢ଼ି ରଖିଥିଲେ। ଟ୍ରେନଟି ଯୁବତୀଙ୍କ ପାର୍ଶ୍ବ ଦେଇ ଯିବା ସମୟରେ ସେ ନିଜ ଗୋଡ଼ରେ ଯୁବତୀଙ୍କୁ ଠେଲି ଦେଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories