www.samajalive.in
Saturday, December 6, 2025
19.1 C
Bhubaneswar

ବଦଳିବ ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥା ! ଏଣିକି ହେବ ସ୍ଲଟ୍ ବୁକିଂ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୂର୍ବରୁ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ। ଏହାଦ୍ବାରା ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି। ଗୁରୁବାର ଗଣମାଧ୍ୟମକୁ ସେ କହିଛନ୍ତି ସ୍ଲଟ୍ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ଶ୍ରଦ୍ଧାଳୁଙ୍କୁ ଆଉ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସ୍ଲଟ୍ ବୁକିଂ କରିଥିବା ଲୋକେ ଅଭ୍ୟର୍ଥନା ପ୍ରକୋଷ୍ଠରେ ଅପେକ୍ଷା କରିବେ। ଦର୍ଶନ ପାଇଁ ସେମାନଙ୍କୁ ଆଗୁଆ ଦିଆଯାଇଥିବା ସମୟ ଆସିଲେ ଭିତରକୁ ଛଡ଼ାଯିବ।

ଏଥିପାଇଁ ଆଗ୍ରହୀ ବ୍ୟକ୍ତି ନିଜ ମୋବାଇଲ ଫୋନରେ ସ୍ଲଟ୍ ବୁକିଂ କରିପାରିବେ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଗଠନ କରିଥିବା ୫ ଶହ କୋଟିର କର୍ପସ୍ ପାଣ୍ଠି ଯଥେଷ୍ଟ ନୁହେଁ ବୋଲି ଗଜପତି ମହାରାଜ କହିଛନ୍ତି। କର୍ପସ ପାଣ୍ଠି ପରିମାଣ ବୃଦ୍ଧି କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସେ କହିଲେ ଶ୍ରୀଜଗନ୍ନାଥ ମନ୍ଦିରରୁ ପ୍ରତ୍ୟେକ ଦିନ ଯେତିକି ଆୟ ହେଉଛି ତାହା ଦୈନନ୍ଦିନ ଖର୍ଚ୍ଚ ଭରଣା ପାଇଁ ଯଥେଷ୍ଟ ନୁହେଁ। ତେଣୁ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ଉପରେ ନିର୍ଭର କରିବାକୁ ପଡ଼ୁଛି। ମହାପ୍ରଭୁଙ୍କ ନାମରେ ରାଜ୍ୟ ଏବଂ ରାଜ୍ୟ ବାହାରେ ରହିଥିବା ବିବାଦମୁକ୍ତ ଭୂସମ୍ପତ୍ତିଗୁଡିକୁ ବିକ୍ରି କରାଯାଇ ଏହି ଅର୍ଥ କର୍ପସ ପାଣ୍ଠିରେ ଜମା ରଖାଯିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ମହାପ୍ରଭୁଙ୍କ ସେବାପୂଜା ପାଇଁ ସରକାରଙ୍କ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories