ସମାଜ ଡିଜିଟାଲ ଡେସ୍କ: ଜଣେ ଛାତ୍ରକୁ ଛୁରି ଭୁସିଛି ଅନ୍ୟ ଜଣେ ଛାତ୍ର। ଗଞ୍ଜାମ ଜିଲାର ଏକ ବିଦ୍ୟାଳୟ ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁତର ଆହତ ଛାତ୍ରକୁ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାକୁ ନେଇ ଜିଲାରେ ଆଲୋଡନ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ରଘୁନାଥ ଉଚ୍ଚ ବିଦ୍ୟାଳୟ ପରିସରେ ଏହି ଘଟଣା ଘଟିଛି। ବିଦ୍ୟାଳୟରେ ପଢୁଥିବା ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା। ଏହି କାରଣରୁ ଶୁକ୍ରବାର ଜଣେ ଛାତ୍ର ସାଥୀରେ ଏକ ଛୁରି ନେଇ ସ୍କୁଲକୁ ଆସିଥିଲା। ସ୍କୁଲ ପରିସରରେ ଉକ୍ତ ଛୁରିରେ ଅନ୍ୟ ଛାତ୍ରଙ୍କୁ ଭୁସି ଦେଇଥିଲା। ଆହତ ଛାତ୍ରଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ନିଆଯାଇଥିବା ସୂଚନା ମିଳିଛି।



