www.samajalive.in
Sunday, December 14, 2025
16.1 C
Bhubaneswar

୫୬ ମିନିଟର ଅଭିଭାଷଣରେ କ’ଣ କହିଲେ ରାଷ୍ଟ୍ରପତି ?

ସମାଜ ଡିଜିଟାଲ ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ୫୬ ମିନିଟ ଧରି ଅଭିଭାଷଣ ଦେଇଥିଲେ। ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମେତ ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରେ ପହଞ୍ଚିବା କ୍ଷଣି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ଵାଗତ କରିଥିଲେ। ଅଭିଭାଷଣ ଆରମ୍ଭରୁ ରାଷ୍ଟ୍ରପତି ସମସ୍ତ ସାଂସଦଙ୍କ ସମେତ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

- Advertisement -

ରାଷ୍ଟ୍ରପତି କହିଥିଲେ, ଏତର ୬୪ କୋଟି ଭୋଟର ମତଦାନ କରିଛନ୍ତି। ଜାମ୍ମୁ-କାଶ୍ମୀରରେ ରେକର୍ଡ ମତଦାନ ହୋଇଛି। ୩ୟ ଥର ସ୍ଥିର ସରକାର ପାଇଁ ଭୋଟ ମିଳିଛି। ସରକାର ଜନକଲ୍ୟାଣର ନୂଆ ଅଧ୍ୟାୟ ଲେଖିବେ।

– ଦେଶର ବିକାଶ ହାର ୮ ପ୍ରତିଶତ ରହିଛି। ବିଶ୍ଵ ବିକାଶରେ ଭାରତର ଯୋଗଦାନ ୧୫ ପ୍ରତିଶତ। ପ୍ରତି କ୍ଷେତ୍ରରେ ଭାରତ ଆଜି ବିଶ୍ଵର ନେତୃତ୍ଵ ନେଉଛି।

– ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ଵ ଦିଆଯାଉଛି।

– ବିଗତ ୧୦ ବର୍ଷରେ ଦେଶର ୨୧ ସହରରେ ମେଟ୍ରୋ ଟ୍ରେନ ପହଞ୍ଚିଛି।

– ଉତ୍ତର-ପୂର୍ବାଞ୍ଚଳରେ ସ୍ଥାୟୀ ଶାନ୍ତି ପାଇଁ କାମ ଚାଲିଛି।

– ସରକାର ରିଫର୍ମ (ସଂସ୍କାର), ପରଫର୍ମ (ପ୍ରଦର୍ଶନ) ଏବଂ ଟ୍ରାନ୍ସଫର୍ମ (ପରିବର୍ତ୍ତନ) ଉପରେ ଗୁରୁତ୍ଵ ଦେଉଛନ୍ତି। ସଂସ୍କାରକୁ ଅଧିକ ଗତି ଦେବା ଉପରେ କାମ ହେବ। ନିବେଶକଙ୍କୁ ଅଧିକ ଆକୃଷ୍ଟ କରିବାକୁ କାମ ହେବ। ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ ଉପରେ କାମ ଚାଲିଛି।

– ପ୍ରାକୃତିକ ଦୁର୍ବିପାକ ଦେଶର ବିକାଶକୁ ରୋକିପାରିନାହିଁ।

– ସରକାର ମହିଳା ସଶକ୍ତୀକରଣ ଦିଗରେ କାମ କରୁଛନ୍ତି।

– ୧୦ ବର୍ଷରେ ୧୦ କୋଟି ମହିଳା ଏସଏଚଜିରେ ଯୋଡ଼ି ହୋଇଛନ୍ତି।

– ଦେଶରେ ୩ କୋଟି ଲକ୍ଷପତି ଦିଦି ବନାଇବା କାମ ଆଗେଇ ଚାଲିଛି।

-୧୦ ବର୍ଷରେ ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି।

– ଶ୍ରମିକଙ୍କ ସାମାଜିକ ସୁରକ୍ଷା ଯୋଜନା ଉପରେ କାମ ଜାରି ରହିଛି।

– ପ୍ରଧାନମନ୍ତ୍ରୀ ସ୍ଵନିଧିର ବିକାଶ କରାଯିବ।

– ସମାଜର ତଳସ୍ତରର ଲୋକଙ୍କ ସେବାରେ ରହିଛନ୍ତି ସରକାର।

– ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବଙ୍କୁ ଲାଭ ମିଳିଛି।

– ଆୟୁଷ୍ମାନ ଭାରତ ଯୋଜନାରେ ୫୫ କୋଟି ଲୋକଙ୍କୁ ସ୍ଵାସ୍ଥ୍ୟସେବା ଦିଆଯିବ।

–  ପରୀକ୍ଷା ପ୍ରକ୍ରିୟାରେ ସୁଧାର ପାଇଁ କାମ କରୁଛି ସରକାର।

– ପ୍ରଶ୍ନପତ୍ର ପ୍ରଘଟର ନିରପେକ୍ଷ ଯାଞ୍ଚ ହେବ। ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ।

– ଜୁଲାଇ ୧ରୁ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ।

– ପଡ଼ୋଶୀ ଦେଶ ସହିତ ଭାରତର ସମ୍ପର୍କ ଦୃଢ଼ ହେଉଛି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories