www.samajalive.in
Sunday, December 7, 2025
26.1 C
Bhubaneswar

ପୁଣି ଅତିଥି ଶିକ୍ଷକ ଭରସା: ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ

ଭୁବନେଶ୍ଵର : ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ନୂଆ ଶିକ୍ଷାବର୍ଷ ମଧ୍ୟ ଆରମ୍ଭ ହୋଇଛି। ଖରାଛୁଟି ପରେ ବିଦ୍ୟାଳୟରେ ପାଠପଢ଼ା ଜାରି ରହିଛି, କିନ୍ତୁ ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକତା ଅନୁସାରେ ଶିକ୍ଷକ ନାହାନ୍ତି। ଖାଲିପଡ଼ିଛି ବହୁ ଶିକ୍ଷକ ପଦ। ଯାହାଫଳରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ପଦ ପୂରଣ ହୋଇପାରିନି। ଖାଲି ପଡ଼ିଥିବା ଶିକ୍ଷକ ପଦରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁଣିଥରେ ଅତିଥି ଶିକ୍ଷକ ଭାବେ ନିଯୁକ୍ତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ପୂର୍ବ ସରକାର ପରି ନୂଆ ସରକାର ମଧ୍ୟ ଉଚ୍ଚ ବିଦ୍ୟାଳୟରେ ଅତିଥି ଶିକ୍ଷକ ନିଯୁକ୍ତ କରିବାକୁ ଯାଉଛନ୍ତି। ପୁଣି ଅତିଥି ଶିକ୍ଷକଙ୍କ ଭରସାରେ ଚାଲିବ ପାଠପଢ଼ା। ରାଜ୍ୟରେ ଥିବା ସରକାରୀ/ଅନୁଦାନପ୍ରାପ୍ତ/ବ୍ଲକ୍ ଗ୍ରାଣ୍ଟ୍ ଉଚ୍ଚ ବିଦ୍ୟାଳୟ ଏବଂ ସଂସ୍କୃତ ଟୋଲ ବିଦ୍ୟାଳୟଗୁଡ଼ିକରେ ଅତିଥି ଶିକ୍ଷକ ଯୋଜନା ଜାରି ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି। ନିର୍ଦିଷ୍ଟ ସର୍ତ୍ତାବଳୀ ସହ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ୪୫୮୦ ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକଙ୍କୁ ଉଚ୍ଚ ବିଦ୍ୟାଳୟରେ ଅତିଥି ଶିକ୍ଷକ ଭାବେ ନିଯୁକ୍ତ କରାଯିବ। ଅତିଥି ଶିକ୍ଷକଙ୍କ କାର୍ଯ୍ୟକାଳ ୨୦୨୫ ମାର୍ଚ୍ଚ କିମ୍ବା ନୂତନ ଶିକ୍ଷକ ଯୋଗଦେବା ପର୍ଯ୍ୟନ୍ତ ରହିବ। ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ରିପୋର୍ଟ ଅନୁସାରେ ଖାଲିଥିବା ସ୍ଥାନରେ ଅତିଥି ଶିକ୍ଷକ ନିଯୁକ୍ତି ନେଇ ଜିଲା ଶିକ୍ଷା ଅଧିକାରୀ ସୁନିଶ୍ଚିତ କରିବେ। ଖାଲି ପଦ ଅନୁସାରେ ଅତିଥି ଶିକ୍ଷକ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ। ଜିଲାପାଳଙ୍କ ଅନୁମୋଦନ ପରେ ଏହି ନିଯୁକ୍ତି ହେବ। ବିଦ୍ୟାଳୟରେ ଟିଜିଟି (ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ) ଯୋଗଦେବା ପରେ ଉକ୍ତ ବିଦ୍ୟାଳୟରେ ଅତିଥି ଶିକ୍ଷକ ରହିବେନି। ଅନ୍ୟ ବିଦ୍ୟାଳୟରେ ଥିବା ଖାଲି ପଦରେ ସେମାନଙ୍କୁ ପୁନଃନିଯୁକ୍ତି ମିଳିପାରିବ। ପୂର୍ବରୁ ଜାରି ହୋଇଥିବା ମାର୍ଗଦର୍ଶିକା ମୁତାବକ ଅତିଥି ଶିକ୍ଷକ ନିଯୁକ୍ତି ହେବ। ଏନେଇ ରିପୋର୍ଟ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ନିକଟରେ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ଶିକ୍ଷାବର୍ଷରେ ପ୍ରାୟ ୪୪୦୦ ଅତିଥି ଶିକ୍ଷକ ନିଯୁକ୍ତ ହୋଇଥିଲେ। ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ପଦ ଖାଲି ପଡ଼ିଥିବାରୁ ଏଥର ବି ଅବସରପ୍ରାପ୍ତ ଶିକ୍ଷକଙ୍କ ଉପରେ ଭରସା କରିବାକୁ ପଡ଼ିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories