www.samajalive.in
Saturday, December 6, 2025
23.1 C
Bhubaneswar

ବର୍ଷା ସତ୍ତ୍ୱେ ଦିଲ୍ଲୀରେ ଜଳ ସଙ୍କଟ ଜାରି, କେନ୍ଦ୍ର ଚୁପ

ଡେସ୍କ: ଗତ କିଛି ଦିନ ହେବ ଦିଲ୍ଲୀର କେତେକ ସ୍ଥାନରେ ବର୍ଷା ସତ୍ତ୍ୱେ ଜାତୀୟ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଜଳ ସଙ୍କଟ ଲାଗି ରହିଛି। ପ୍ରଭାବିତ ଅଞ୍ଚଳ ଗୁଡ଼ିକ ହେଲା ମୟୂରବିହାର ଫେଜ୍-୧, ଓଖଲା, ଗୀତା କଲୋନି, ବସନ୍ତ ବିହାର, ପଟେଲ ନଗର, ସଞ୍ଜୟ କଲୋନୀ, ମେହରୌଲି, ବିକାଶ ପୁରୀ, ମୋତି ନଗର, ଛତ୍ରପୁର, ସଞ୍ଜୟ କଲୋନି, ବସନ୍ତକୁଞ୍ଜ, ଚାଣକ୍ୟପୁରୀ, କ୍ରିଷ୍ଣା ନଗର ଓ ନରେଲା। ସେପଟେ ଜଳ ସଙ୍କଟର ସମାଧାନ ଓ ଦାୟିତ୍ୱ ନେବାକୁ ନେଇ ଦିଲ୍ଲୀର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ତାମିଲନାଡୁ ବିଷାକ୍ତ ମଦ ମୃତ୍ୟୁ ଘଟଣା, ନିଜ ଆଡୁ ମାମଲା ରୁଜ୍ଜୁ କରି ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର ଆୟୋଗ

- Advertisement -

ଦିଲ୍ଲୀ ଜଳମନ୍ତ୍ରୀ ଆତିଶୀଙ୍କ ରକ୍ତଶର୍କରା ସ୍ତର ହ୍ରାସ ପାଇବା ପରେ ତାଙ୍କୁ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ସ୍ଥଗିତ ରହିଛି। ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ ଶ୍ରୀମତୀ ଆତିଶୀ ହସ୍ପିଟାଲରେ ଭର୍ତ୍ତି ହେବା ସତ୍ତ୍ୱେ ଦଳ ଏହି ପ୍ରସଙ୍ଗ ଉଠାଇବା ଜାରି ରଖିବ। ଆପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିବ ଏବଂ ଅଧିକ ପାଣି ଦାବି କରି ଚିଠି ଲେଖିବ ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀକୁ ଏହାର ଉଚିତ ଭାଗର ପାଣି ପାଇଁ ସେମାନେ ସମସ୍ତ ବିରୋଧୀ ଦଳ ସହିତ ସଂସଦରେ ଏହି ପ୍ରସଙ୍ଗ ଉଠାଇବେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories