www.samajalive.in
Saturday, December 6, 2025
14.1 C
Bhubaneswar

ଏଣିକି ହ୍ବାଟ୍ସଆପ୍‌ରେ ମିଳିବ ଫୋନ୍‌ ସହ ଆସୁଥିବା ଏହି ଫିଚର, ଦୂର ହେବ ବଡ଼ ସମସ୍ୟା

ସାମାଜ ଡିଜିଟାଲ ଡେସ୍କ: ହ୍ବାଟ୍ସଆପ୍‌ ଲଗାତର ନୂଆ ନୂଆ ଫିଚର ଆଣୁଛି। ଯଦ୍ଵାରା ​ଲୋକଙ୍କ ସୁବିଧା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ କମ୍ପାନୀ ଆଉ ଏକ ଖାସ୍‌ ଫିଚର ଆଣିବାକୁ ଯାଉଛି, ଯାହା ୟୁଜରଙ୍କ ଏକ ବଡ ସମସ୍ୟାର ସମାଧାନ କରିବ। ଜାଣିବାକୁ ମିଳିଛି ଯେ, ହ୍ବାଟ୍ସଆପରେ ନୂଆ ଇନ୍-ଆପ୍ ଡାଏଲର୍ ଫିଚର ଆସୁଛି। ଏହି ଫିଚର ଆସିବା ଦ୍ଵାରା ହ୍ବାଟ୍ସଆପ୍‌ ବ୍ୟବହାରକାରୀମାନଙ୍କର ଏକ ସମସ୍ୟାର ସମାଧାନ ହେବ।

ଯଦି ଆପଣ ଭାବୁଛନ୍ତି ଯେ ଇନ୍-ଆପ୍ ଡାଏଲର୍ ଫିଚର କ’ଣ, ତେବେ ଆପଣଙ୍କୁ କହିରଖୁଛୁ ଯେ ଏଥିରେ ଆପ୍‌ ଭିତରେ ହିଁ ୟୁଜରଙ୍କୁ ଡାଏଲିଂ ପ୍ୟାଡ୍ ମିଳିବ। ପୂର୍ବରୁ ଯଦି ଆପଣଙ୍କ ପାଖରେ କାହାର ଫୋନ୍ ନମ୍ବର ଥିଲା ଏବଂ ଆପଣଙ୍କ ତାଙ୍କୁ କଲ୍ କରିବାକୁ ଚାହୁଁଥିଲେ, ତେବେ ଆପଣଙ୍କୁ ପ୍ରଥମେ ଏହାକୁ ଆପଣଙ୍କର ଫୋନ୍ କଣ୍ଟାକ୍ଟରେ ସେଭ୍ କରିବାକୁ ପଡ଼ୁଥିଲା। କଣ୍ଟାକ୍ଟରେ ସେଭ୍‌ ହେବାପରେ ହିଁ ନାଁ ହ୍ବାଟ୍ସଆପ୍‌ରେ ଦେଖା ଯାଉଥିଲା ଏବଂ ଏହାପରେ ସେହି ନମ୍ବରକୁ ଏକ କଲ କରାଯାଇପାରୁଥିଲା।

- Advertisement -

କିନ୍ତୁ ଆପ୍‌ରେ ଇନ୍-ଡାଏଲର ଫିଚର ଆସିବା ପରେ କୌଣସି ନମ୍ବରକୁ ସିଧାସଳଖ ଆପ୍‌ରୁ ହିଁ ନମ୍ବର ଡାଏଲ କରି କଲ୍‌ କରାଯାଇପାରିବ। ଏନେଇ WABetaInfo ସୂଚନା ଦେଇଛି ଏବଂ ସ୍କ୍ରିନ୍‌ସଟ୍‌ ଶେୟାର କରି ଦେଖାଇଛି ଯେ ଏହି ଫିଚର ପ୍ରକୃତରେ କିଭଳି ଦେଖାଯିବ ଓ କେମିତି କାମ କରିବ।

ଏହି ଫିଚରରେ ଫୋନ୍ ନମ୍ବର ଏଣ୍ଟର କରିବା ପରେ ୟୁଜରଙ୍କ ପାଖରେ ଏହାକୁ ନୂଆ କଣ୍ଟାକ୍ଟ ଭାବରେ ଆଡ୍ରେସ୍‌ ବୁକ୍‌ରେ ସିଧାସଳଖ ସେଭ୍‌ କରିବାର ବିକଳ୍ପ ମିଳିବ। ଏହା ସମ୍ପୂର୍ଣ୍ଣ ଭାବେ ଫୋନ୍ ଡାଏଲପ୍ୟାଡ୍ ପରି କାମ କରିବ। ଡାଏଲର୍ ସ୍କ୍ରିନରେ ଏକ ମେସେଜିଂ ସର୍ଟକଟ୍ ମଧ୍ୟ ଉପଲବ୍ଧ ହେବ ବୋଲି କୁହାଯାଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories