www.samajalive.in
Sunday, December 7, 2025
14.1 C
Bhubaneswar

ବଦଳିବ କେରଳର ନାମ: ଜାଣନ୍ତୁ କଣ ରହିବ ପରିବର୍ତ୍ତିତ ନାଁ..

ତିରୁଅନନ୍ତପୁରମ : ଦାକ୍ଷିଣାତ୍ୟ ରାଜ୍ୟ କେରଳର ନାମ ‘କେରଳମ୍‌’କୁ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି। ଏ ସମ୍ପର୍କିତ ପ୍ରସ୍ତାବ କେରଳ ବିଧାନସଭାରେ ସର୍ବସମ୍ମତକ୍ରମେ ଗୃହୀତ ହୋଇଯାଇଛି। ସୂଚନାଯୋଗ୍ୟ ୨୦୨୩ ଅଗଷ୍ଟ ୯ରେ ଏହି ପ୍ରସ୍ତାବ ବିଧାନସଭାରେ ଅନୁମୋଦିତ ହୋଇସାରିଥିଲା। ତେବେ ସଂଶୋଧିତ ପ୍ରସ୍ତାବ ଦାଖଲ କରିବାକୁ କେନ୍ଦ୍ର ପକ୍ଷରୁ ସେତେବେଳେ କେରଳ ସରକାରଙ୍କୁ ନିର୍ଦେଶ ଦିଆଯାଇଥିଲା। ଫଳରେ ଆବଶ୍ୟକ ସଂଶୋଧନ ସହ ସୋମବାର ଏହି ପ୍ରସ୍ତାବକୁ ବିଧାନସଭାରେ ପୁଣି ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବ ଆଗତ କରିଥିବାବେଳେ ସମ୍ବିଧାନର ଧାରା ୩ ଅନୁଯାୟୀ ସରକାରୀ ଭାବେ ରାଜ୍ୟର ନାମ ‘କେରଳମ୍‌’କୁ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ବୀକୃତି ପରେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ସହିତ କେରଳର ନାମ କେରଳମ୍‌କୁ ବଦଳିବ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories