www.samajalive.in
Sunday, December 7, 2025
14.1 C
Bhubaneswar

ଖୁବ୍‌ଶୀଘ୍ର ‘ମୁଖ୍ୟମନ୍ତ୍ରୀ ବସ୍‌’ ସେବା: ରଥଯାତ୍ରା ପାଇଁ ପୁରୀକୁ ୩୧୪ ବ୍ଲକରୁ ଗଡିବ ବସ୍

ଭୁବନେଶ୍ୱର : ରାଜ୍ୟରେ ପରିବହନ ସେବାକୁ ଲୋକାଭିମୁଖୀ କରିବାକୁ ପ୍ରାଧାନ୍ୟ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ରଥଯାତ୍ରା ପାଖେଇ ଆସୁଥିବାବେଳେ ପରିବହନ ବିଭାଗ ପକ୍ଷରୁ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍। ରଥଯାତ୍ରା ପାଇଁ ଓଏସ୍‌ଆରଟିସି ପକ୍ଷରୁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବିବିଧ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ଅଧିକାଂଶ ଅଞ୍ଚଳରେ ‘ଲକ୍ଷ୍ମୀ’ ବସ୍‌ରେ ଲୋକ ହେଉନାହାନ୍ତି। ଫଳରେ ବସ୍‌ କ୍ଷତିରେ ଚାଲୁଛି। ଏହି ସମସ୍ୟାର ସମାଧାନ ପାଇଁ ଲକ୍ଷ୍ମୀ ବସ୍‌ ସହ ଓଏସ୍‌ଆରଟିସି ବସ୍‌ ମିଳିତ ଭାବେ ଲୋକଙ୍କୁ ସେବା ଯୋଗାଇବ। ଖୁବ୍‌ଶୀଘ୍ର ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ବସ୍‌’ ସେବା ଆରମ୍ଭ ହେବ। ଏହି ଯୋଜନାରେ ଲକ୍ଷ୍ମୀ ବସ୍‌ ସହ ଓଏସ୍‌ଆରଟିସି ବସ୍‌ ମିଳିତ ଭାବେ ‘ମୁଖ୍ୟମନ୍ତ୍ରୀ ବସ୍‌’ ସେବା କାର୍ଯ୍ୟକ୍ରମରେ ସେବା ଯୋଗାଇବ। ସବୁଜ ବିପ୍ଳବକୁ ପ୍ରାଧାନ୍ୟ ଦିଆଯିବା ପୂର୍ବକ ବିଭାଗ ଅଧିକ ବସ୍‌ ଚଳାଚଳ କରିବ। ଖୁବ୍‌ଶୀଘ୍ର ଶହେ ନୂଆ ବୈଦ୍ୟୁତିକ ବସ୍‌ କ୍ରୟ କରାଯିବ। ପ୍ରତି ଅଞ୍ଚଳକୁ ବସ୍‌ ସେବା ଯୋଗାଇବାକୁ ମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
ଓଏସ୍‌ଆରଟିସି କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ନିଗମର ପରିଚାଳନା ସମ୍ବନ୍ଧରେ ଅବଗତ ହେବା ସହ ବିଭିନ୍ନ ଦିଗରେ ଆଲୋଚନା କରିଥିଲେ। ପରିବେଶ ପାଇଁ ଏଣିକି ଅଧିକ ବୈଦ୍ୟୁତିକ(ଇଲେକ୍ଟ୍ରିକ୍‌) ବସ୍ ଚଳାଚଳ କରିବ। ପୁରୁଣା ବସ୍ ସେବା ସଠିକ୍‌ ଭାବେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ। ଦେଶର ବିଭିନ୍ନ ପ୍ରମୁଖ ତୀର୍ଥକ୍ଷେତ୍ର- ଅଯୋଧ୍ୟା, ତିରୁପତି, ବୃନ୍ଦାବନ, ବାରାଣସୀ ଭଳି ଜାଗାକୁ ସ୍ବତନ୍ତ୍ର ବସ୍ ଚଳାଚଳ କରିବ। କେତେକ ରୁଟ୍‌ରେ ବସ୍‌ ଚଳାଚଳ ସୁବିଧା ନଥିବାବେଳେ ସେଠାରେ ବସ୍‌ ଚଳାଚଳ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଯେଉଁସବୁ ସ୍ଥାନ ଅପହଞ୍ଚ ରହିଛି ସେଠାକୁ ମଧ୍ୟ ବସ୍ ସେବା ଯୋଗାଇ ଦେବା ନେଇ ବୈଠକରେ ଆଲୋଚନା ହୋଇଥିଲା। ମାଛକୁଣ୍ଡରୁ ଭୁବନେଶ୍ୱର, ବାଲିଗୁଡ଼ାରୁ କଟକ, ଉମରକୋଟରୁ ବିଶାଖାପାଟଣା ଭଳି ସ୍ଥାନକୁ ବସ୍ ଚଳାଚଳ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ପ୍ରଧାନମନ୍ତ୍ରୀ ବୈଦ୍ୟୁତିକ ବସ୍‌ ସେବା ଦେଶରେ ଆରମ୍ଭ ହୋଇଯାଇଛି। ଓଡ଼ିଶାକୁ ମଧ୍ୟ ଏହି ସେବାର ସୁବିଧା ମିଳିବ। କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁସାରେ ୧୫ ବର୍ଷରୁ ପୁରୁଣା ବସ୍ ସ୍କାର୍ପକୁ ଦିଆଯିବ। ଆଗାମୀ ଦିନରେ ଅଧିକ ବୈଦ୍ୟୁତିକ ବସ୍ ଚଳାଚଳ କରାଯିବ। ସେହିପରି ‘ଲକ୍ଷ୍ମୀ’ ବସ୍‌ ନାମ ପରିବର୍ତ୍ତନ ନେଇ ତର୍ଜମା ଚାଲିଛି। ନାଁରେ କିଛି ନାହିଁ, ସେବା ମିଳିବା ଆବଶ୍ୟକ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories