www.samajalive.in
Sunday, December 14, 2025
14.1 C
Bhubaneswar

ବିରୋଧୀ ସ୍ଲୋଗାନବାଜି ବନ୍ଦ କରି ମୂଳ ବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ: ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଦେଶରେ ବିରୋଧୀଙ୍କ ଚିନ୍ତାଧାରା ଗଠନମୂଳକ ଏବଂ ଦାୟିତ୍ୱସମ୍ପନ୍ନ ହେବା ଜରୁରୀ। ବିରୋଧୀମାନେ ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା କରି ସାଧାରଣ ଜନତାଙ୍କ ଆଶା ଆକାଙ୍‌‌କ୍ଷା ପୂରଣ କରିବା ଦରକାର। ଦେଶବାଦୀ ବିରୋଧୀଙ୍କଠାରୁ କିଛି ଭଲ ପଦକ୍ଷେପ ଆଶା ରଖିଛନ୍ତି। ସେମାନେ ସ୍ଳୋଗାନବାଜି ନ କରି ମୂଳ କଥା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ୧୮ଶ ଲୋକସଭାର ସ୍ୱତନ୍ତ୍ର ଅଧିବେଶ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସଂସଦ ଭବନରେ ପହଞ୍ଚିବା ପରେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ଏହା କହିଛନ୍ତି।

ମୋଦୀ କହିଥିଲେ, ଆଜି ଏକ ଐତିହାସିକ ଦିବସ। ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ଲାଗି ନବନିର୍ବାଚିତ ସାଂସଦମାନେ ନୂଆ ସଂସଦ ଭବନରେ ଶପଥଗ୍ରହଣ କରିବାକୁ ଯାଉଛନ୍ତି। ପୂର୍ବରୁ ସାଂସଦମାନେ ପୁରୁଣା ସଂସଦ ଭବନରେ ଶପଥ ନେଉଥିଲେ। ତେଣୁ ଆଜି ଗଣତନ୍ତ୍ର ପାଇଁ ଏକ ଐତିହାସିକ ମୁହୁର୍ତ୍ତ। ୩ୟ ଥର ପାଇଁ ଏନଡିଏ ସରକାର ଗଠନ କରିଥିବାରୁ ପ୍ରଧାନମନ୍ତ୍ରୀ ଦଳୀୟ ନେତା ଏବଂ ସାଂସଦମାନଙ୍କୁ ପ୍ରଶଂସା କରିଥିଲେ। ସରକାର ଲୋକଙ୍କ ଆଶା, ଅଭିଳାଶ ପୂରଣ କରିବା ସହିତ ଦେଶକୁ ବିକାଶ ଏବଂ ଅଭିବୃଦ୍ଧି ଦିଗରେ ଆଗେଇନେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଦେଶବାସୀ ତଥା ସାଂସଦମାନଙ୍କ ସହମତିରେ ସେ ଦେଶର ସେବା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories