www.samajalive.in
Saturday, December 6, 2025
26.1 C
Bhubaneswar

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ-ଜହିର

ମୁମ୍ବଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ନିଜର ଦୀର୍ଘ ଦିନ ବନ୍ଧୁ ଜହିର ଇକବାଲଙ୍କ ସହ ପ୍ରଥମେ କୋର୍ଟରେ ବିବାହ କରିବା ପରେ ହିନ୍ଦୁ ରୀତିନୀତିରେ ବି ବାହାଘର ହୋଇଛି। ପରିବାର ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସୋନାକ୍ଷୀଙ୍କ ବାନ୍ଦ୍ରାସ୍ଥିତ ଘରେ ଉଭୟଙ୍କ କୋର୍ଟ ମ୍ୟାରେଜ ସମ୍ପନ୍ନ ହୋଇଛି। ଏହି ସମୟରେ ଉଭୟ ଧଳା ରଙ୍ଗ ପୋଷାକ ପରିଧାନ କରିଥିଲେ ଯାହା ବେଶ ଆକର୍ଷଣୀୟ ହୋଇଥିଲା। ଏହି ଦମ୍ପତି ସୋସିଆଲ ମିଡ଼ିଆରେ ବିବାହ କିଛି ଫଟୋ ସେୟାର କରିଛନ୍ତି। ସିଭିଲ ମ୍ୟାରେଜ୍‌‌ ଆକ୍ଟ ଅନୁଯାୟୀ ବିବାହ କରିବା ପରେ ହିନ୍ଦୁ ରୀତିରେ ବି ବାହାଘର ହୋଇଛି। ଏହାପରେ ମୁମ୍ବଇର ଏକ ରେଷ୍ଟୁରାଷ୍ଟରେ ଆୟୋଜିତ ହୋଇଥିଲା ଗ୍ରାଣ୍ଡ ରିସେପସନ୍‌‌ ପାର୍ଟି। ଏହି ପାର୍ଟିରେ ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ସାମିଲ ହୋଇ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଗତ ୭ବର୍ଷ ଧରି ସୋନାକ୍ଷୀ-ଜହିର ପରସ୍ପରକୁ ଡେଟ୍‌‌ କରୁଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories