www.samajalive.in
Saturday, December 6, 2025
14.1 C
Bhubaneswar

ଅଷ୍ଟ୍ରେଲିଆକୁ ରୋକିବା ଲକ୍ଷ୍ୟରେ ରୋହିତ ସେନା

ଗ୍ରସ୍‌‌ ଆଇଲେଟ୍‌‌: ୭ମାସ ତଳେ ଭାରତକୁ ଦିନିକିଆ ବିଶ୍ୱକପ ଜିତିବାରୁ ଅଟକାଇ ଟ୍ରଫି ଛଡାଇ ନେଇଥିଲା କଙ୍ଗାରୁ ଦଳ। ଫାଇନାଲରେ ଭାରତକୁ ପରାସ୍ତ କରି ବିଶ୍ୱ ଚାମ୍ପିୟନ ହୋଇଥିଲା। ଏବେ ଚଳିତ ଟି୨୦ ବିଶ୍ୱକପର ସେମିଫାଇନାଲରୁ ଅଷ୍ଟ୍ରେଲିଆକୁ ରୋକିବା ସହ ପ୍ରତିଶୋଧ ନେବାର ସୁଯୋଗ ଭାରତୀୟ ଦଳ ପାଖରେ ରହିଛି। ସୁପର-୮ ମ୍ୟାଚରେ ଆଫଗାନିସ୍ତାନଠାରୁ ଅଷ୍ଟ୍ରେଲିଆ ପରାସ୍ତ ହେବା ପରେ ଏହା ଚିନ୍ତାରେ ପଡିଛି। ସେମିରେ ପହଞ୍ଚିବାକୁ ହେଲେ ଆଜିର ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ ନିଶ୍ଚୟ ପରାସ୍ତ କରିବାକୁ ପଡିବ। ଅନ୍ୟପଟେ ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆକୁ ଟି-୨୦ ବିଶ୍ୱକପରୁ ବିଦା କରିବା ସହ ଗ୍ରୁପ୍‌‌-୮ର ଶୀର୍ଷରେ ରହିବା ସହ ଅପରାଜିତ ରହି ସେମିଫାଇନାଲ ଖେଳିବାକୁ ଭାରତ ସମସ୍ତ ପ୍ରୟାସ କରିବ। ନିକଟରେ ଏକାଧିକ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଏହି ଧାରା ବଦଳାଇବାକୁ ଭାରତ ଚାହିଁବ। ଦକ୍ଷିଣ ଆଫ୍ରିକା ସହ ଭାରତ ଆଦ୍ୟବଧି କୌଣସି ମ୍ୟାଚ ହାରିନାହାଁନ୍ତି। ସମସ୍ତ ବିଭାଗରେ ଭାରତ ଭଲ ପ୍ରଦର୍ଶନ କରୁଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories