www.samajalive.in
Saturday, December 6, 2025
23.1 C
Bhubaneswar

ପରିସ୍ରା ନମୁନା ପରୀକ୍ଷଣ ପାଇଁ ନଦେବାରୁ ବଜରଙ୍ଗ ପୁନିଆ ପୁଣି ନିଲମ୍ବିତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ନ୍ୟାଶନାଲ ଆଣ୍ଟି ଡୋଫି ଏଜେନ୍ସି (ନାଡା) ପୁଣି ନିଲମ୍ବିତ କରିଛି। ଗତ କିଛି ଦିନ ମଧ୍ୟରେ ବଜରଙ୍ଗ ଦ୍ୱିତୀୟ ଥର ପାଇଁ ନିଲମ୍ବିତ ହୋଇଛନ୍ତି। କୌଣସି ଚାର୍ଜ ନୋଟିସ୍‌‌ ଦିଆଯାଇନଥିବାରୁ ଆଣ୍ଟି ଡିସିପ୍ଲିନାରୀ ଡୋଫି ପ୍ୟାନେଲ (ଏଡିଡିପି) ବଜରଙ୍ଗଙ୍କ ନିଲମ୍ବନ ପ୍ରତ୍ୟାହାର କରିବାର ୩ ସପ୍ତାହ ପରେ ପୁଣି ନାଡା ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଗତ ମାର୍ଚ୍ଚ ୧୦ରେ ସୋନିପଥରେ ଆୟୋଜିତ ମନୋନୟନ ପରୀକ୍ଷା ସମୟରେ ବଜରଙ୍ଗ ଡୋପ ପରୀକ୍ଷା ଲାଗି ପରିସ୍ରା ନମୂନା ଦେବାକୁ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ବିଶ୍ୱ ପରିଚାଳନା କମିଟି (ୟୁଡବ୍ଲ୍ୟୁଡବ୍ଲ୍ୟୁ) ତାଙ୍କୁ ଏପ୍ରିଲ ୨୩ରେ ନିଲମ୍ବିତ କରିଥିଲେ। ନାଡା ପୁରୁଣା ଯୁଗର ପରୀକ୍ଷା କିଟ୍‌‌ (ଏକ୍ସପାରୀ) ବ୍ୟବହାର କରୁଛି ବୋଲି ବଜରଙ୍ଗ ଅଭିଯୋଗ କରିଥିଲେ। ଏ ନେଇ ନାଡାକୁ ମଧ୍ୟ ବଜରଙ୍ଗ ଜବାବ ମାଗିଥିଲେ। ଡିସିଓ ପକ୍ଷରୁ ଏ ନେଇ ବଜରଙ୍ଗଙ୍କୁ ନିଲମ୍ବନ କରାଯିବା ସହ ଚେତାବନୀ ଦିଆଯାଇଥିଲା। ନିଲମ୍ବନ ବିରୁଦ୍ଧରେ ବଜରଙ୍ଗ ଆବେଦନ କରିଥିଲେ ଏବଂ ନାଡାର ଚାର୍ଜ ନୋଟିସ୍‌‌ ଜାରି ହୋଇନଥିବା ବେଳେ ନାଡାର ଆଣ୍ଟି ଡିସିପ୍ଲିନାରୀ ଡୋଫି ପ୍ୟାନେଲ ନିଲମ୍ବନକୁ ପ୍ରତ୍ୟାହାର କରିନଇଥିଲା।
ନକରାତ୍ମକ ଟିପ୍ପଣୀ ଲାଗି ବଜରଙ୍ଗଙ୍କୁ ଚେତାବନୀ ଦେବା ସହ ଜବାବ ରଖିବାକୁ ନାଡା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବଜରଙ୍ଗ ଏହାକୁ ଖାତିର କରିନଥିଲେ କୀ ଜବାବ ରଖିନଥିଲେ। ରବିବାର ପୁନର୍ବାର ନାଡା ବଜରଙ୍ଗଙ୍କୁ ନିଲମ୍ବନ ନୋଟିସ ପ୍ରଦାନ କରିଛି। ନୋଟିସରେ କୁହାଯାଇଛି ଯେ ଜାତୀୟ ଆଣ୍ଟି ଡୋଫି ନିୟମ ୨୦୧୧ର ଧାରା ୨.୩ ଉଲ୍ଲଘଂନ କରାଯାଇଥିବାର ଅଭିଯୋଗ ହୋଇଛି ଏବଂ ବର୍ତ୍ତମାନ ପାଇଁ ସାମୟିକ ଭାବେ ବଜରଙ୍ଗଙ୍କୁ ନିଲମ୍ବନ କରାଯାଇଛି। ବଜରଙ୍ଗ ଜୁଲାଇ ୧୧ମଧ୍ୟରେ ଜବାବ ରଖିବା ସହିତ ଏହି ନିଲମ୍ବନ ନୋଟିସକୁ ଚ୍ୟାଲେଞ୍ଜ କରିପାରିବେ ବୋଲି ଉଲ୍ଲେଖ କରାଯାଇଛି। ଏହି ସମୟ ମଧ୍ୟରେ ଜବାବ ନରଖିଲେ ନିଲମ୍ବନ ଅବଧି ବୃଦ୍ଧି ପାଇପାରେ ବୋଲି ନାଡା ପକ୍ଷରୁ କୁହାଯାଇଛି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories