ସମ୍ବଲପୁର: ସ୍ଥାନୀୟ ଯ୍ୟୁୁମୁରା ଥାନା ଅନ୍ତର୍ଗତ ଝାଙ୍କରପାଲି ଠାରେ ଏକ ପାଉଁଶ ଇଟା ବୋଝେଇ ଟ୍ରକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି। ରବିବାର ମାନେଶ୍ୱର ଅଞ୍ଚଳରୁ ଏକ ଟ୍ରାକ୍ଟରରେ ପାଉଁଶ ଇଟା ବୋଝେଇ ହୋଇ ଭବାନିପାଲି ପଟକୁ ଯାଉଥିବା ବେଳେ ଝାଙ୍କରପାଲି ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ପଡିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବାବେଳେ ରାସ୍ତା କଡରେ ଯାଇଥିବା ନାଳରେ ଟ୍ରାକ୍ଟରଟି ଫଶି ଯାଇଥିଲା। ପରବର୍ତ୍ତୀ ସମୟରେ ଟ୍ରାକ୍ଟରକୁ ଉଦ୍ଧାର କରାଯାଇଥିଲା।
Popular Categories



