www.samajalive.in
Sunday, December 7, 2025
14.1 C
Bhubaneswar

ଆଜିଠୁ ସ୍ବାଭାବିକ ହେବ ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ବିଦ୍ୟାଳୟ

ଭୁବନେଶ୍ବର : ସୋମବାରଠାରୁ ସାରା ରାଜ୍ୟରେ ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ୱାଭାବିକ ଭାବେ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗ୍ରୀଷ୍ମଛୁଟି ପରେ ଜୁନ ୧୮ରୁ ବିଦ୍ୟାଳୟ ଖୋଲିଛି।  କିନ୍ତୁ ରାଜ୍ୟରେ ଅସ୍ବାଭାବିକ ପାଣିପାଗ ଯୋଗୁଁ ବିଦ୍ୟାଳୟ ଖୋଲିବା ସମୟରେ କିଛି କଟକଣା ରହିଥିଲା। ଯେଉଁ ଜିଲାଗୁଡିକରେ ଗ୍ରୀଷ୍ମପ୍ରବାହ ଲାଗି ରହିଥିଲା । ଏବଂ ଉପକୂଳରେ ଗରମ ସହିତ ଅତ୍ୟଧିକ ଗୁଳୁଗୁଳି ଲାଗି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ସକାଳୁଆ କରାଯାଇଥିଲା। କିଛି ଜିଲାରେ ଛୁଟି ଘୋଷଣା କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶକ୍ରମେ ଜିଲାପାଳମାନେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ସାରା ରାଜ୍ୟକୁ ମୌସୁମୀ ଛୁଇଁଥିବା ବେଳେ ଆଭ୍ୟନ୍ତରୀଣରେ ଗ୍ରୀଷ୍ମପ୍ରବାହ ଏବଂ ଉପକୂଳରେ ଗରମ ଓ ଗୁଳୁଗୁଳି କମିଛି। ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଥିବାରୁ ବିଦ୍ୟାଳୟ ସ୍ୱାଭାବିକ ହେବାରେ କୌଣସି ଅସୁବିଧା ହେବନାହିଁ। ଏନେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ, ରାଜ୍ୟରେ ପାଣିପାଗ ବଦଳିଛି। ତେଣୁ ସ୍ବାଭାବିକ ଭା‌ବେ ବିଦ୍ୟାଳୟ ଖୋଲିବାରେ କୌଣସି ଅସୁବିଧା ନାହିଁ। ସେହିପରି ଗଣିତ ଶିକ୍ଷାକୁ ନେଇ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଦିଆଯିବ। ଏହାଦ୍ବାରା ଗଣିତରେ ଛାତ୍ରଛାତ୍ରୀଙ୍କ ଭଲ ଜ୍ଞାନ ଆସିପାରିବ। ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories