www.samajalive.in
Sunday, December 14, 2025
23.1 C
Bhubaneswar

ଆଲିଷ୍ଟର କୁକ୍‌ଙ୍କୁ ନାଇଟ୍‌ ଉପାଧି

ଲଣ୍ଡନ : ବ୍ରିଟିଶ ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ତରଫରୁ ଇଂଲଣ୍ଡର ପୂର୍ବତନ କ୍ରିକେଟ ଅଧିନାୟକ ଆଲିଷ୍ଟର କୁକ୍‌ଙ୍କୁ ନାଇଟ୍‌ ଉପାଧି ପ୍ରଦାନ କରାଯାଇଛି। ଫଳରେ ସେ ଏଣିକି ସାର୍‌ ଆଲିଷ୍ଟର କୁକ୍‌ ନାମରେ ପରିଚିତ ହେବେ। କୁକ୍‌ଙ୍କ ବ୍ୟତୀତ ଇଂଲଣ୍ଡର ପୂର୍ବତନ ରଗ୍‌ବୀ ଅଧିନାୟକ ବିଲ୍‌ ବିମୋଣ୍ଟଙ୍କୁ ମଧ୍ୟ ନାଇଟ୍‌ ଉପାଧି ପ୍ରଦାନ କରାଯାଇଛି। ୩୪ ବର୍ଷୀୟ କୁକ୍‌ ୨୦୦୬ରେ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ନିଜର ଆନ୍ତର୍ଜାତିକ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ସଂଯୋଗବଶତଃ ୨୦୧୮ରେ ଭାରତ ବିପକ୍ଷରେ ଶେଷ ଟେଷ୍ଟ ଖେଳି କୁକ୍‌ ଅବସର ନେଇଥିଲେ। ଦୀର୍ଘ ୧୨ ବର୍ଷ ମଧ୍ୟରେ ସେ ୧୬୧ଟି ଟେଷ୍ଟରୁ ୪୫.୩୫ ହାରରେ ୧୨,୪୭୨ ରନ ସ୍କୋର କରିଛନ୍ତି। ଇତିମଧ୍ୟରେ ୩୩ଟି ଶତକ ଓ ୫୭ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଦିନିକିଆ ଫର୍ମାଟରେ ସେ ୯୨ଟି ମ୍ୟାଚରୁ ୫ଟି ଶତକ ସହ ୩୨୦୪ ରନ ସ୍କୋର କରିଛନ୍ତି। କୁକ୍‌ ୫୪ଟି ଟେଷ୍ଟରେ ଇଂଲଣ୍ଡ ଦଳର ନେତୃତ୍ବ ନେଇଥିବାବେଳେ ୨୪ଟିରେ ବିଜୟୀ ହୋଇଛନ୍ତି। ୨୨ଟି ଟେଷ୍ଟ ହାରିଥିବାବେଳେ ଅବଶିଷ୍ଟ ୧୩ଟି ଟେଷ୍ଟ ଅମୀମାଂସିତଭାବେ ଶେଷ ହୋଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories