www.samajalive.in
Sunday, December 14, 2025
18.1 C
Bhubaneswar

ଦାଦନ ଦୁଃଖ : ବନ୍ଧା ପଡିଛନ୍ତି ସ୍ତ୍ରୀ ଓ ଝିଅ, ଗୁରୁତର ଅବସ୍ଥାରେ ତେଲେଙ୍ଗାନାରୁ ଫେରିଲା ନିର୍ଯ୍ୟାତିତ ସ୍ୱାମୀ

କଲମପୁର : ଶେଷ ହେଉ ନାହିଁ ଦାଦନ ସମସ୍ୟା। ଶୁଖୁ ନାହିଁ ନିର୍ଯ୍ୟାତିତ ଦାଦନ ଆଖିର ଲୁହ। କେତେବେଳେ ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିଯାଇଥିବା ଶ୍ରମିକ ଶବ ହେଇ ଫେରୁଛିତ କେତେବେଳେ ନଖୋଜ ହେଇଯାଉଛି। ପୁଣି କେତେବେଳେ ଗୋଡ ହାତ କାଟି ହେଇ ପଙ୍ଗୁ ହେଇ ଘରକୁ ଫେରୁଛି। ଆଉ ପୁଣି ବନ୍ଧା ପଡି ମାଡ, ଗାଳି ଖାଇ ନିର୍ଯ୍ୟାତିତ ହେଉଛି ଏଭଳି ଦାଦନ ସମସ୍ୟା ରିତିମତ ଘଟି ଚାଲିଥିଲେ ମଧ୍ୟ ପ୍ରଶାସନ ମାନବ ଚାଲାଣର ମୁଖ୍ୟ ପାଖରେ ପହଞ୍ଚି ପାରୁ ନାହିଁ। ଏହି ମାନବ ଚାଲାଣରେ ଅନେକ ବଡ଼ ବଡ଼ ଦଲାଲ ଓ ମାଫିଆ ରହିଯାଇଥିଲେ ମଧ୍ୟ ପୁଲିସ ଅଥବା ଶ୍ରମ ବିଭାଗ ସେମାନଙ୍କ ଟେର ପାଇ ପାରୁନାହିଁ। ଫଳରେ ରିତିମତ ଘଟି ଚାଲିଛି ଦାଦନ ନିର୍ଯ୍ୟାତନାର ସମସ୍ୟା। ବାଟ ବଣା ହେଉଛି ସରକାରୀ ଯୋଜନା ଓ ସରକାରଙ୍କ ଶ୍ରମ ଆଇନ।
ନିକଟରେ ଆନ୍ଧ୍ର ଇଟାଭାଟିରେ ଖଣ୍ଡି ଡଙ୍ଗରୀଗୁଡାର କିଛି ଦାଦନ ଶ୍ରମିକ ବନ୍ଧା ପଡି ନିର୍ଯ୍ୟାତିତ ହେଇଥିଲେ। ଶ୍ରମ ବିଭାଗ ସେମାନଙ୍କୁ ଉଦ୍ଧାର କରିଥିଲା। ପୁଣି ଏବେ ଜଣେ ଶ୍ରମିକ ପରିବାର ତେଲେଙ୍ଗାନାର ସିକନ୍ଦରାବାଦ ପଞ୍ଚମପାଲି ଦଣ୍ଡେଇକେଲ ଠାରେ ଥିବା ଏକ ଇଟା ଭାଟିରେ ବନ୍ଧା ପଡି ନିର୍ଯ୍ୟାତିତ ହେଇ ଗୁରୁତର ଅବସ୍ଥାରେ ସ୍ୱାମୀ ନିଜ ଘରକୁ ଫେରିଥିବା ବେଳେ ନିର୍ଯ୍ୟାତିତ ହେଇ ସ୍ତ୍ରୀ ଓ ନାବାଳିକା ଝିଅ ବନ୍ଧା ପଡିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।
ପ୍ରାପ୍ତ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେପୁର ପଞ୍ଚାୟତ ଇଛାପୁର ଗାଁର ଅରୁଣ ପାତ୍ର, ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପାତ୍ର ଓ ୧୩ ବର୍ଷିୟ ନାବାଳିକା ଝିଅ ଶୁଭ ପାତ୍ରଙ୍କ ସହିତ ଗାଁର ପୁଷ୍ପା କୁମାର, ସାବେ ନିମୁଲିଆ, ପ୍ରତାପ ମାଝୀ (ରେଙ୍ଗଟା), କସ୍ତୁରୀ ମାଝୀ ଓ ୯ ବର୍ଷିୟ ନାବାଳିକା ମୁକ୍ତା ସହିତ ନୁଆଁ ଖାଇ ସାରିବା ପରେ ଅଭି ସର୍ଦ୍ଦାର ନାମକ ଏକ ଦାଦନ ଦଲାଲ ସହାୟତାରେ ସିକନ୍ଦରାବାଦ, ପଞ୍ଚମପାଲି ନିକଟସ୍ଥ ଦଣ୍ଡେଇକେଲର ଏକ ଇଟା ଭାଟିରେ ନିୟୋଜିତ ହେଇଥିଲେ। ସେଠାରେ କିଛି ଦିନ ସଠିକ ଭାବେ କାମ କରିବା ପରେ ଇଟା ଭାଟି ମାଲିକ ଅଧିକ କାମ କରାଇଲା। ଏଥିରେ ପ୍ରତିବାଦ କଲେ ମାଡ ଗାଳି ଦିଆଯାଉଥିଲା। ଅକଥନୀୟ ନିର୍ଯ୍ୟାତନା ପରେ କୌଶଳ କ୍ରମେ ଅରୁଣ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଘରକୁ ଫେରିବା ପରେ ଘଟଣା ଜଣା ପଡିଥିଲା। ଏବେ ତା’ର ସ୍ତ୍ରୀ ଓ ଝିଅ ଇଟା ଭାଟିରେ ବନ୍ଧା ପଡିଥିବା ବେଳେ ଅନ୍ୟ ଶ୍ରମିକ ମାନେ ମଧ୍ୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଓ ଶ୍ରମ ବିଭାଗ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ଶ୍ରମ ଅଧିକାରୀ ମହେଶ୍ୱର ନାୟକଙ୍କ ସହିତ ଯୋଗାଯୋଗ କରିବାରୁ ଶ୍ରମିକଙ୍କ ତରଫରୁ ଏକ ଲିଖିତ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories